ହାଇୱା ଧକ୍କାରେ ଚାଷୀ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

Advertisment
ହାଇୱା ଧକ୍କାରେ ଚାଷୀ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖିଲେଇ ପଞ୍ଚାୟତ ସିଆରିମାଳିଆ ଗ୍ରାମ ବସ୍‌ଷ୍ଟାଣ୍ଡ ଛକଠାରେ ଏକ ହାଇୱା ଧକ୍କାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ସିଆରିମାଳିଆ ଗ୍ରାମର ସୁକୁରାମ ମୁଣ୍ଡା (୪୦)। କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି। ସୂଚନା ଅନୁଯାୟୀ ଶନିବାର ଅପରାହ୍‌ଣ ପ୍ରାୟ ୩ଟା ୩୦ରେ ସୁକୁରାମ ନିଜ ଚାଷ ଜମିରୁ ଟ୍ରାକ୍ଟର ଯୋଗେ ଧାନ ବିଡା ଆଣୁଥିଲେ। ଗ୍ରାମ ଛକଠାରେ ଥିବା ଖଳାରେ ଠିଆ ହୋଇ ଧାନ ବିଡା ରଖୁଥିବା ବେଳେ ଏକ ବାଉଁଶ ବୋଝେଇ ହାଇୱା (ଓଡି-୧୫ଜେ-୭୫୮୫) ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସୁକୁରାମଙ୍କ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକ ହାଇୱା ଚଳକକୁ କାବୁ କରି ପୁଲିସକୁ ଖବର ଦେବା ସହିତ ସୁକାରମଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ରୋକ କରିଥିଲେ। ଖବରପାଇ ଖଇରିପାଲି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱାକୁ ଜବତ କରିବା ସହିତ ଚାଳକକୁ ଗିରଫ କରିଛି। ଅନ୍ୟପକ୍ଷରେ ରାସ୍ତାରୋକ ପ୍ରତ୍ୟାହାର କରିବାକୁ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି। ଖବର ଲେଖାହେବା ବେଳକୁ ରାସ୍ତାରୋକ ଜାରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe