ବଲାଙ୍ଗୀର: ବେଲପଡ଼ା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବିକ୍ଷୋଭ ପ୍ରଦର୍ଶନ

Advertisment
ବଲାଙ୍ଗୀର: ବେଲପଡ଼ା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବିକ୍ଷୋଭ ପ୍ରଦର୍ଶନ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଧୁମାଭଟା ତଥା ବେଲପଡା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବ୍ଲକର ଧୁମାଭଟା ଗ୍ରାମ ଠାରେ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ବେଲପଡା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବି କରାଯିବା ସହିତ ଧୁମାଭଟା ଠାରେ ଥିବା ଲାନ୍ଥ ନଦୀ ଉପରେ ସେତୁ ନିର୍ମାଣ କରାଯିବା, ସେଠାରେ ଏକ ଡ୍ୟାମ ନିର୍ମାଣ କରି କେନାଲ ସାହାଯ୍ୟରେ ଚାଷୀ ମାନଙ୍କ ଜମିକୁ ଜଳ ସେଚନ ବ୍ୟବସ୍ଥା କରାଯିବା ନେଇ ଦାବି କରା ଯାଇଥିବା ଜଣାପଡ଼ିଛି।

ଏହି ଦାବି କରାଯିବା ସମୟରେ ଧୁମାଭଟା ଗ୍ରାମ ଦିନକ ପାଇଁ ବନ୍ଦ ରହିଥିବା ଜଣାପଡିଛି। ପରେ ଧୁମାଭଟା ଗ୍ରାମରେ ବେଲପଡା ତହସିଲଦାର ପ୍ରଶାନ୍ତି ପ୍ରଧାନ ଓ ଥାନାଧିକାରୀ ବୁଲୁ ମୁଣ୍ଡା ପହଞ୍ଚିଥିଲେ। ସେଠାରେ ଆନ୍ଦୋଳନକାରୀ ମାନେ ତହସିଲଦାରଙ୍କୁ ଏ ସମ୍ପର୍କରେ ୫ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରା ଯାଇଥିଲା। ଏହି ସମୟରେ ଗ୍ରାମର ବହୁ ଲୋକେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe