ଶ୍ମଶାନ ବାହାରେ କରୋନା ଆକ୍ରାନ୍ତଙ୍କ ମୃତଦେହ ଦାହକୁ ନେଇ ଅସନ୍ତୋଷ

Advertisment

ଅଧାପୋଡ଼ା ଅବସ୍ଥାରେ ଛାଡ଼ି ଚାଲିଯାଇଥିବା ଅଭିଯୋଗ

ଅଧାପୋଡ଼ା ଅବସ୍ଥାରେ ଛାଡ଼ି ଚାଲିଯାଇଥିବା ଅଭିଯୋଗ

ଶ୍ମଶାନ ବାହାରେ କରୋନା ଆକ୍ରାନ୍ତଙ୍କ ମୃତଦେହ ଦାହକୁ ନେଇ ଅସନ୍ତୋଷ

ବାରିପଦା: ବାରିପଦା ପୌରପରିଷଦ ଅନ୍ତର୍ଗତ ଦାରୋଗାଡ଼ାହି ନିକଟସ୍ଥ ଶ୍ମସାନ ପରିସର ବାହାରେ କରୋନା ଆକ୍ରାନ୍ତଙ୍କ ଶବଦାହକୁ ନେଇ ଆଜି ଅସନ୍ତୋଷ ପ୍ରକାଶ ପାଇଥିଲା। ଉକ୍ତ ଶ୍ମଶାନରେ କୋଭିଡ୍ ଆକ୍ରାନ୍ତଙ୍କ ଶବଦାହ କରାଯାଇଥାଏ। ମାତ୍ର ଆଜି ବୋଧହୁଏ ଶବଙ୍କ ଲମ୍ବା ଲାଇନ୍ ଥିବାରୁ ବୋଧହୁଏ କର୍ମଚାରୀମାନେ ଅପେକ୍ଷା ନକରି ଶ୍ମଶାନ ବାହାରେ ପୋଡ଼ିଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଧିବାସୀ। ଏପରିକି ଶବକୁ ସମ୍ପୂର୍ଣ୍ଣ ଦାହ ନକରି ଦରପୋଡ଼ା ଅବସ୍ଥାରେ ଛାଡ଼ିପଳାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଏନେଇ ସ୍ଥାନୀୟ ବାସିନ୍ଦା ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହିତ ବାରିପଦା ତହସିଲଦାରଙ୍କୁ ଖବର ଦେଇଥିଲେ। ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାସୁଝା କରିଥିଲେ। ଏନେଇ ତହସିଲଦାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଦାରୋଗାଡ଼ାହି ଶ୍ମଶାନରେ ସଂଖ୍ୟାଧିକ କରୋନା ଆକ୍ରାନ୍ତଙ୍କ ମୃତଦେହ ଆସୁଥିବା ପ୍ରମାଣିତ ହୋଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ ଏହି କୋଭିଡ ମଶାଣିଟି ସହରର ମଧ୍ୟ ଭାଗରେ ତଥା ଜାତୀୟ ରାଜପଥ କଡରେ ଏବଂ ଏକାଧିକ ବସ୍ତି ନିକଟବର୍ତ୍ତୀ ହୋଇଥିବାରୁ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ଶବ ପୋଡ଼ା ଯାଉଥିବାର ଧୂଆଁ ଲୋକମାନଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ମଶାଣି ସ୍ଥଳକୁ ଠିକ ଭାବେ ବିଶୋଧୋନ କରାଯାଉନଥିବା ଅଭିଯୋଗ ହୋଇଛି। ଆଜି ମଶାଣି ବାହାରେ ଗୋଟିଏ ଶବଦାହ କରାଯାଇଥିବା ତଥା ଶବଟିକୁ ଅଧା ପୋଡ଼ା ଅବସ୍ଥାରେ ଛାଡି ଯାଇଥିବା ନେଇ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିଲା । ତେବେ ମଶାଣି ବାହାରେ ପୋଡ଼ା ଯାଇଥିବା ଶବଟି କରୋନା ସଂକ୍ରମିତ ଶବ ନୁହେଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିବା ବେଳେ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଉତ୍ତେଜନା ପରେ ଉତ୍ୟକ୍ତ ଲୋକେ ଶାନ୍ତ ପଡ଼ିଥିଲେ ଏବଂ କୋଭିଡ ମଶାଣିରେ ସମ୍ପୂର୍ଣ୍ଣ ପ୍ରୋଟୋକଲ ପାଳନ କରି ଶବ ଦାହ କରିବା ସହିତ ମଶାଣୀକୁ ବିଶୋଧନ କରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe