ଗୋଷ୍ଠୀ ସଂଘର୍ଷସ୍ଥଳକୁ ଯାଇଥିଲା ପୁଲିସ, ଗାଡ଼ିରେ ନିଆଁ ଲଗାଇ ଦେଲେ ଉତ୍ତେଜିତ ଲୋକେ

Advertisment
ଗୋଷ୍ଠୀ ସଂଘର୍ଷସ୍ଥଳକୁ ଯାଇଥିଲା ପୁଲିସ, ଗାଡ଼ିରେ ନିଆଁ ଲଗାଇ ଦେଲେ ଉତ୍ତେଜିତ ଲୋକେ

ଯାଜପୁର: ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ନିକଟରେ ଆଜି ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ଗାଡ଼ି ଜାଳିଦେଇଛନ୍ତି । ପଣସୁଧା ଗାଁରେ ୨ଟି ଗୋଷ୍ଠୀ ମଧ୍ୟରେ ହୋଇଥିବା ବିବାଦ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସ୍ଥିତି ଅନୁଧ୍ୟାନ ପାଇଁ ସେଠାକୁ ଯାଇଥିଲା। ଉତ୍ତେଜିତ ଲୋକଙ୍କୁ ପୁଲିସ ବୁଝାଶୁଝା କରୁଥିବା ବେଳେ କିଛି ଲୋକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଥାନା ଅଧିନ ପଣସୁଧା ଗାଁରେ ଅଷ୍ଟପ୍ରହର ମଣ୍ଡପ ନେଇ ବିବାଦ ଦେଖାଯାଇଥିଲା। ଏହି ବିବାଦ ପରବର୍ତ୍ତୀ ସମୟରେ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଘଟଣାର ସ୍ଥିତି ସଂପର୍କରେ ଅବଗତ ହେବା ପାଇଁ ପୁଲିସ ଆଜି ପଣସୁଧା ଗାଁରେ ପହଂଚିଥିଲା। କିନ୍ତୁ ଉତ୍ତେଜିତ ଲୋକେ ପୁଲିସକୁ ସହଯୋଗ କରିବା ବଦଳରେ ଉଗ୍ର ହୋଇ ଉଠିଥିଲେ । ସେମାନେ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏଥି ସହିତ ପୁଲିସ ଉପ‌ରେ ଆକ୍ରମଣ ମଧ୍ୟ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe