ଡାଲମିଆଁ ଚୂନପଥର ଖଣିରେ ତାଲା ପକାଇଲେ ୫ ଗ୍ରାମବାସୀ

Advertisment
ଡାଲମିଆଁ ଚୂନପଥର ଖଣିରେ ତାଲା ପକାଇଲେ ୫ ଗ୍ରାମବାସୀ

କୁତ୍ରା: ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ ଲାଞ୍ଜିବେର୍ଣାସ୍ଥିତ ଡାଲମିଆଁ ଭାରତ ଚୂନପଥର ଖଣିରେ ୫ଟି ଗ୍ରାମର ଲୋକେ ନିଯୁକ୍ତି ସମେତ ବିଭିନ୍ନ ଦାବି ନେଇ ଗୁରୁବାର ଅପରାହ୍ଣ ୨ ଟାରୁ ତାଲା ପକାଇ ଦେବାରୁ ଖଣି ସମେତ କାର୍ଯ୍ୟାଳୟ କାମ ଠପ ହୋଇଯାଇଛି। ଲୋକଙ୍କ ଦାବି ମୁତାବକ ଏହି ଖଣି ପ୍ରଭାବିତ ୫ ଟି ଗାଁର ଲୋକମାନେ ନିଯୁକ୍ତି ପାଇଁ ଦୀର୍ଘ ଦିନ ହେବ ଦାବି କରି ଆସୁଥିଲେ। ତେବେ ଖଣି କର୍ତ୍ତୃପକ୍ଷ ଏଥିରେ ଟାଳଟୁଳ ନୀତି ଅବଳମ୍ବନ କରିବାରୁ ଏଥିରେ ଗାଁ ଲୋକେ ଉତ୍ତେଜିତ ହୋଇ ଖଣି ସମେତ କାର୍ଯ୍ୟାଳୟରେ ତାଲା ପକାଇ ଦେବାରୁ ଖଣି କାମ ଠପ୍‌ ହୋଇ ଯାଇଛି।

publive-image

ଲୋକଙ୍କ ଅଭିଯୋଗ ହେଲା ଯେ, ଖଣି ଅଞ୍ଚଳରେ ବ୍ଲାଷ୍ଟିଂ ଯୋଗୁଁ ଘରକାନ୍ଥ ଫାଟି ବିପଦ ସଂକୁଳ ହୋଇ ପଡୁଛି। ଖଣି ଦିନକୁଦିନ ଗଭୀର ହେବାରୁ ଜଳ ସ୍ତର ହ୍ରାସ ପାଉଛି। କନଭେୟର ବେଲଟ୍‌ ଚାଲିଲେ ପିଲାମାନଙ୍କର ପାଠପଢ଼ା ପ୍ରଭାବିତ ହେଉଛି। ସେହିପରି ଶବ୍ଦ ଯୋଗୁଁ ଲୋକେ ରାତିରେ ଶୋଇ ପାରୁନାହାନ୍ତି। ମାତ୍ରାଧିକ ଶବ୍ଦ ପ୍ରଦୂଷଣ ସାଙ୍ଗକୁ ବାୟୁ ପ୍ରଦୂଷଣ ଯୋଗୁଁ ଲୋକେ ରୋଗରେ ପଡୁଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଏଠାକାର ପରିବେଶ ବିପର୍ଯ୍ୟସ୍ତ ହୋଇପଡିଛି।

publive-image

ଏବାବଦରେ ଆଗକୁ ମଧ୍ୟ କମ୍ପାନି କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲେ ହେଁ, କୌଣସି ଲାଭ ହେଉ ନାହିଁ। ଖଣିରେ ତାଲା ପଡ଼ିବା ପରେ ଖବର ପାଇ ସୁନ୍ଦରଗଡ ଉପଜିଲ୍ଲାପାଳ ଦୋଳମଣୀ ପଟେଲ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି। ଘଟଣାସ୍ଥଳରେ ଗଣ୍ଡଗୋଳ ଆଶଙ୍କା କରି ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଥିବା ସହ ଘଟଣା ଉପରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନାରାୟଣ ବାରିକ, ରାଜଗାଙ୍ଗପୁର ଏସ୍‌ ଡିପିଓ ବିଜୟ କୁମାର ନନ୍ଦ, କୁତ୍ରା ଓ ରାଜଗାଙ୍ଗପୁର ଥାନା ଅଧିକାରୀ, କୁତ୍ରା ତହସିଲଦାର ସୁପ୍ରଭା ଦାସ ଓ ରାଜଗାଙ୍ଗପୁର ତହସିଲଦାର ରିନା କୁମାରୀ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଅଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ସମସ୍ୟାର କୌଣସି ସମାଧାନ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe