ନିଶା ବେପାରୀଙ୍କୁ ଲକ୍‌ଡାଉନ୍‌ ସୁହାଉଛି; ଗାଁ ଗାଁରେ ଚୋରାମଦ ବେପାର, ପୁଲିସ-ଅବକାରୀ ବିଭାଗ ଚୁପ୍‌

ନିଶା ବେପାରୀଙ୍କୁ ଲକ୍‌ଡାଉନ୍‌ ସୁହାଉଛି; ଗାଁ ଗାଁରେ ଚୋରାମଦ ବେପାର, ପୁଲିସ-ଅବକାରୀ ବିଭାଗ ଚୁପ୍‌

ମାହାଙ୍ଗା: କରୋନାର ଦ୍ବିତୀୟ ଲହର ଅଧିକ ଭୟଙ୍କର ରୂପ ନେଇଥିବା ବେଳେ ରାଜ୍ୟ ସରକାର ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ କରିଛନ୍ତି। ଏହି ସମୟରେ ସକାଳବେଳା କିଛି ସମୟ ପାଇଁ କେବଳ ଜରୁରୀ ସାମଗ୍ରୀ କିଣିବାକୁ ଅନୁମତି ମିଳୁଥିବା ବେଳେ ମଧ୍ୟାହ୍ନ ୧୨ଟାରୁ ବଜାର ସଂପୂର୍ଣ୍ଣ ବନ୍ଦ ରହୁଛି। ଲାଇସେନ୍ସପ୍ରାପ୍ତ ସରକାରୀ ମଦ ଦୋକାନଗୁଡ଼ିକ ଅନ୍‌ଲାଇନ୍‌ ମାଧ୍ୟମରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମଦ ବିକ୍ରି ପାଇଁ ସରକାର ଅନୁମତି ଦେଇଛନ୍ତି। ହେଲେ, ଲକ୍‌ଡାଉନ୍‌ ସୁଯୋଗରେ ଚୋରାମଦ ବେପାରୀମାନେ ବେଶ୍‌ ସକ୍ରିୟ ହୋଇ ପଡ଼ିଛନ୍ତି। ବ୍ୟବସାୟୀମାନେ ପ୍ରଚୁର ପରିମାଣର ମଦ ଠୁଳ କରି ଏବେ ଗ୍ରାମାଞ୍ଚଳ ଓ ଛକ ବଜାରରେ ଚୋରାରେ କାରବାର କରୁଛନ୍ତି। ଲକ୍‌ଡାଉନ୍‌ ରହିଥିବାରୁ ସେମାନେ ମନଇଚ୍ଛା ଦାମ୍‌ରେ ଏହାକୁ ବିକ୍ରି କରୁଛନ୍ତି। ଏଭଳି ଘଟୁଥିବା ନେଇ ସମସ୍ତେ ଜାଣୁଥିବା ବେଳେ ଅବକାରୀ ଓ ପୁଲିସ ବିଭାଗ ଚୁପ୍‌ ରହିବା ପଛର କାରଣ କ’ଣ ତାହାକୁ ସାଧାରଣ ଲୋକେ ପୁଝି ପାରୁ ନାହାନ୍ତି।

publive-image Image Source: Zee News

ସୂଚନାଯୋଗ୍ୟ, ମାହାଙ୍ଗା ଅଞ୍ଚଳର ହଳଦିଆ କଇଁସରିଆ କୋଠି ଛକ, ବେଗୁନିଆପଦା, ମୂଳବସନ୍ତ ବଢ଼େଇସାହି, ଭୈରବ ପଡ଼ିଆ, ଗୌଡ଼ଗୋପ, ନାଳିପଡ଼ିଆ, ପ୍ରହରାଜପୁର, ମାହାଙ୍ଗା ଜରିଆ ନଦୀ ପାଖ, ଗଙ୍ଗାଧର, ବାସୁଦେବପୁର, ପଲ୍ଲୀସାହି, କୁସୁପୁର ବିରୂପା ନଦୀ ପୋଲ ନିକଟ, ଜୟପୁର, କଇଥା, ବାସୁଦେବପୁର, କୋଳିଅଠା, ଗୁଣୁପୁର, ହରିଭକ୍ତପୁର, ରାମକାପୁର, ଉମର, କୁରୁଜଙ୍ଗା, ଖନ୍ଦୋଳ, ଗୌଡ଼ପଡ଼ା, ମଉଦା, ସିପୁରା, ଯଁକୋଟି, ନୁର୍ତ୍ତାଙ୍ଗ, ପାଟଣା ଆଦି ସ୍ଥାନ ସହିତ ମାହାଙ୍ଗା ବ୍ଲକର ଗାଁ ଓ ବିଭିନ୍ନ ବଜାରରେ ପ୍ରଚୁର ପରିମାଣରେ ଚୋରାମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଯାହା ଫଳରେ ଏଠାରେ ଏକାଧିକ ଜନସମାମଗମ ହେଉଥିବାରୁ ଲକ୍‌ଡାଉନ୍‌ ନିୟମକୁ ଖୁଲମଖୁଲା ଭାବେ ଉଲ୍ଲଂଘନ କରାଯାଉଛି। ତୁରନ୍ତ ଏଭଳି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe