ଆଜିଠାରୁ ଲାଗୁହେବ ଲକ୍‌ଡାଉନ; ବାରିପଦାରେ ସ୍ଥିତି ସମୀକ୍ଷା କଲେ ଏସ୍‌ପି

Advertisment

ଗଡ଼ିବନି ବସ୍‌, କଡ଼ାକଡ଼ି ପାଳନ ହେବ କୋଭିଡ୍‌ କଟକଣା, ନିୟୋଜିତ ହେବେ ୫ ପ୍ଲାଟୁନ୍‌ ପୁଲିସ ଫୋର୍ସ

ଗଡ଼ିବନି ବସ୍‌, କଡ଼ାକଡ଼ି ପାଳନ ହେବ କୋଭିଡ୍‌ କଟକଣା, ନିୟୋଜିତ ହେବେ ୫ ପ୍ଲାଟୁନ୍‌ ପୁଲିସ ଫୋର୍ସ

ଆଜିଠାରୁ ଲାଗୁହେବ ଲକ୍‌ଡାଉନ; ବାରିପଦାରେ ସ୍ଥିତି ସମୀକ୍ଷା କଲେ ଏସ୍‌ପି

Sambad

ବାରିପଦା: ଆସନ୍ତାକାଲି ବୁଧବାରଠାରୁ ଜିଲ୍ଲାରେ ଲାଗୁହେବ ଲକ୍‌ଡାଉନ। ପ୍ରଥମେ ନାଇଟ୍‌ କର୍ଫ୍ୟୁ ପରେ ସପ୍ତାହାନ୍ତ ସଟ୍‌ଡାଉନ ଏବଂ ପରେ ଲକ୍‌ଡାଉନ। ଜିଲ୍ଲାରେ ଦ୍ରୁତଗତିରେ ବଢ଼ିଚାଲିଥିବା କରୋନା ସଂକ୍ରମଣର ଶିକୁଳିକୁ ଭାଙ୍ଗିବାରେ ଏହି ଲକ୍‌ଡାଉନ ସଫଳ ହେବ ଆଶା କରାଯାଉଛି। ଏନେଇ ଆଜି ବାରିପଦାରେ ସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ଆରକ୍ଷୀ ଅଧିକ୍ଷକ ସ୍ମିତ୍‌ ପି ପରମାର ସ୍ଥିତି ସମୀକ୍ଷା କରିଛନ୍ତି। ସକାଳ ୬ରୁ ୧୨ ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବ। ଅତ୍ୟାବଶ୍ୟକ ସେବା ସହିତ ସଂଶ୍ଳିଷ୍ଟ ସମସ୍ତ ବ୍ୟବସ୍ଥାକୁ ଅନୁମତି ପ୍ରଦାନ କରାଯିବ।

ସେହିପରି ପ୍ରଶାସନର ଅନୁମତି ଏବଂ କୋଭିଡ୍‌ କଟକଣା ପାଳନ ମଧ୍ୟରେ ବିବାହ ଆଦି କାର୍ଯ୍ୟକ୍ରମ ସମ୍ପନ୍ନ ହେବ ବୋଲି ଏସ୍‌ପି ଶ୍ରୀ ପରମାର ପ୍ରକାଶ କରିଛନ୍ତି। ଜିଲ୍ଲାରେ ଲକ୍‌ଡାଉନ ପରିଚାଳନା ନିମନ୍ତେ ପ୍ରାୟ ୫ ପ୍ଲାଟୁନ୍ ପୁଲିସ ‌ଫୋର୍ସ ନିୟୋଜିତ ହେବାନେଇ ସୂଚନା ପ୍ରଦାନ କରାଯାଇଛି। ଏଥିସହିତ ସାଧାରଣ ଲୋକଙ୍କ ଜୀବନ ଜୀବିକା ଏବଂ ରୋଜଗାର ଉପରେ ଲକ୍‌ଡାଉନର କୌଣସି ପ୍ରଭାବ ପଡ଼ିବ ନାହିଁ। ଛୋଟ ଛୋଟ ପରିବା ବେପାରୀଙ୍କ ସମେତ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ସକାଳ ୬ରୁ ୧୨ ପର୍ଯ୍ୟନ୍ତ ‌ଖୋଲା ରହିପାରିବ।

publive-image Sambad

କ୍ଷୀର, ମାଛ, ମାଂସ ଆଦି ବେପାରୀଙ୍କ ଯାତାୟତ ଉପରେ କୌଣସି କଟକଣା ଲାଗୁ ହେବ ନାହିଁ ବୋଲି ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ଜିଲ୍ଲା ସଦରମହକୁମା ବାରିପଦା‌ରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ନିମନ୍ତେ ଦେଢ଼ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହେବା ନେଇ ଆଇଆଇସି ଶ୍ରୀ ସେନାପତି ସୂଚନା ଦେଇଛନ୍ତି। ଏଥିସହିତ ଲକଡାଉନ କାଳରେ ଅଯଥା କାମରେ ବାହାରେ ବୁଲୁଥିବା ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆ ଯିବାନେଇ ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଲକଡାଉନକୁ ଦୃଷ୍ଟିରେ ରଖି ଗତକାଲି ଏବଂ ଆଜି ବାରିପଦା ସମେତ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଲୋକମାନେ ଅତ୍ୟନ୍ତ ତରବରିଆ ଭାବେ ବିଭିନ୍ନ ଦ୍ରବ୍ୟ କ୍ରୟ କରୁଥିବା ଦେଖାଯାଇଛି। ମାତ୍ର ଏପରି ଭିଡ଼ ନକରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe