ଘଟଗାଁ : ଟ୍ରାକ୍ଟର ସହ କାଠ ଜବତ

Advertisment
ଘଟଗାଁ : ଟ୍ରାକ୍ଟର ସହ କାଠ ଜବତ

ଘଟଗାଁ : ଘଟଗାଁ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ମସିଣାବିଲା ନିକଟରୁ ଏକ କାଠ ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । ଜବତ କାଠର ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । କାଠ ମାଫିଆମାନେ କିଛିମାସ ହେଲା ମସିଣାବିଲା, ହାତୀବାରି ଓ ଆଖପାଖ ଅଞ୍ଚଳରୁ ଶାଳଗଛ କାଟି ରାତିଅଧିଆ ଚୋରା ଚାଲାଣ କରୁଛନ୍ତି।

ଗତ ସପ୍ତାହରେ ଶାଳଗଛ କଟା ଯାଉଥିବାବେଳେ ଢେଙ୍କିକୋଟ ବନ ବିଭାଗ କର୍ମଚାରୀ ପହଞ୍ଚି ଜବତ କରିଥିଲେ। ଆଜି ମାଫିଆମାନେ କାଠ ଚାଲାଣ ପାଇଁ ଟ୍ରାକ୍ଟରରେ ଲୋଡ୍‌ କରିଥିବା ବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି ଜବତ କରିଥିଲେ। ବନ କର୍ମଚାରୀଙ୍କୁ ଦେଖି ମାଫିଆମାନେ ଫେରାର ହୋଇଯାଇଥିଲେ । ଚଢ଼ଉରେ ଘଟଗାଁ ରେଞ୍ଜ ଅଫିସର ପ୍ରଭାତ କୁମାର କୁଅଁର, ଫରେଷ୍ଟର ଶ୍ରୀମନ୍ତ ବେହେରା, ଢେଙ୍କିକୋଟ ଫରେଷ୍ଟ ଗାର୍ଡ ଯୋଗେଶ୍ୱର ମାଝୀ ଓ ପାରା କର୍ମଚାରୀମାନେ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe