ବନ ବିଭାଗ ଚଢ଼ାଉ: ଦୁଇ ଦିନରେ ବିପୁଳ କାଠ ଜବତ

Advertisment
ବନ ବିଭାଗ ଚଢ଼ାଉ: ଦୁଇ ଦିନରେ ବିପୁଳ କାଠ ଜବତ

ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ପକ୍ଷରୁ ଗତ ଦୁଇଦିନ ହେବ କଣ୍ଟାମାଳ ସହରରେ ବ୍ୟାପକ ଧରପଗଡ଼ କରାଯାଇଥିବା ଜଣାପଡ଼ିଛି। ଏ ପରିପ୍ରେକ୍ଷୀରେ କଣ୍ଟାମାଳ ରେଞ୍ଜରଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୭୫ଟି କାଠ ଗଣ୍ତି ଜବତ କରାଯାଇଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ ରେଞ୍ଜର ଆଭ୍ୟନ୍ତରୀଣ ଅଞ୍ଚଳମାନଙ୍କରେ ବ୍ୟାପକ ଚୋରା କାଠ ଚାଲାଣ ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ବିଭାଗ ବିଫଳ ହୋଇ ଔଷଧ ବିକଳରେ ତାଟିଆ କାମୁଡିବା ଭଳି ନିରୀହ ଜନସାଧାରଣଙ୍କ କାଠ ଜବତ କରାଯାଉଥିବା ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe