ଅଳକା ଆଶ୍ରମ ଶତବାର୍ଷିକୀ ସମାରୋହ ଲୋଗୋ ଉନ୍ମୋଚିତ, ଜିଲ୍ଲାର ପ୍ରତି ବ୍ଲକରେ ଅଳକା ଐତିହାସିକ ସ୍ମୃତିରକ୍ଷା

ଅଳକା ଆଶ୍ରମ ଶତବାର୍ଷିକୀ ସମାରୋହ ଲୋଗୋ ଉନ୍ମୋଚିତ, ଜିଲ୍ଲାର ପ୍ରତି ବ୍ଲକରେ ଅଳକା ଐତିହାସିକ ସ୍ମୃତିରକ୍ଷା

Sambad

ଜଗତସିଂହପୁର ଟାଉନ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ପଙ୍କପାଳ ସ୍ଥିତ ଶ୍ରୀ ସତ୍ୟସାଇ ଜ୍ଞାନବିକାଶ ବିଦ୍ୟାଳୟ ପରିସରରେ ଜଗତସିଂହପୁର ବିକାଶମଞ୍ଚ ଆନୁକୂଲ୍ୟରେ ଅଳକା ଆଶ୍ରମ ଶତବାର୍ଷିକୀ ପାଳନ ପାଇଁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆୟୋଜନ କମିଟି ଗଠନ କରାଯାଇଛି। ଶତବାର୍ଷିକୀ କମିଟିର ଆବାହକ ଶିକ୍ଷାବିତ ଦେବେନ୍ଦ୍ରନାଥ ରାଉତଙ୍କ ଆବାହକତ୍ଵରେ ପ୍ରତି ଜିଲ୍ଲାରୁ ପ୍ରତିନିଧିମାନେ ଯୋଗଦେଇ ଏହି ଐତିହାସିକ ସ୍ମୃତିକୁ ଆଗାମୀ ପିଢିଙ୍କ ପାଖରେ ସଠିକ ଭାବେ ଉପସ୍ଥାପନ କରିବାକୁ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହି ଅବସରେ ଉପସ୍ଥିତ ଆୟୋଜନ କମିଟିର ସଦସ୍ୟଙ୍କ ଦ୍ବାରା ଶତବାର୍ଷିକୀ ସମାରୋହର ଲୋଗୋ ଉନ୍ମୋଚିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ଡ. ସୁରେନ୍ଦ୍ର ନାଥ ତ୍ରିପାଠୀ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସ୍ଵାସ୍ଥ୍ୟକର୍ମୀ ପ୍ରେମଲତା ବାରିକ, ସମାଜସେବୀ ଆଲୋକ ରଞ୍ଜନ ଦାସ, ନଗେନ୍ଦ୍ରନାଥ ସ୍ବାଇଁ, ଶିବ ପ୍ରସାଦ ସାହୁ, ରାଜେଶ କୁମାର ବେହୁରା, ଚନ୍ଦନ କୁମାର ଲେଙ୍କା, ସ୍ନେହମୟୀ ଆଚାର୍ଯ୍ୟ, ବସନ୍ତ ମଞ୍ଜରୀ ଦାସ, ରାଜଶ୍ରୀ ସ୍ବାଇଁ, ରସ୍ମିତ ନାୟକ, ମନୋରମା ଦାସ, ଅଜୟ ମହାନ୍ତି, ରବୀନ୍ଦ୍ର କୁମାର ଦାସ, ହେମନ୍ତ କୁମାର ନାୟକ, ନାଗୁଚରଣ ଦେବତା, ରାକେଶ ଚନ୍ଦ୍ର ଦାସ, ମଂଜୁଲତା ରାଉତ ପ୍ରମୁଖ ଯୋଗଦେଇଥିଲେ।

କେନ୍ଦ୍ରୀୟ  ଆୟୋଜନ କମିଟିର ସଭାପତି ଭାବେ ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଭାବେ ଗୌରାଙ୍ଗ ଚନ୍ଦ୍ର ହୋତା ଓ ଉପସଭାପତି ଭାବେ ସତ୍ୟସାଇ ସେବା ସଂଘର ରାଜ୍ୟ ଆବାହକ ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଦାୟିତ୍ବ ନିର୍ବାହ କରୁଛନ୍ତି। ଉପଦେଷ୍ଟା ଜଗତସିଂହପୁର ମାଟିର ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ମଧ୍ୟରୁ ବିଭୁତି ପଟ୍ଟନାୟକ, ଦେବଦାସ ଛୋଟରାୟ, ବିନାୟକ ପଟ୍ଟନାୟକ, ଡ. ସୁଲୋଚନା ଦାସ, ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଡ. ବ୍ରଜସୁନ୍ଦର ମିଶ୍ର, ବଂଶୀଧର ଆଚାର୍ଯ୍ୟ, ଡ. ସନ୍ତୋଷ ତ୍ରିପାଠୀ, ଡ. ଅଭୟ କୁମାର ନାୟକ, ଡ. ସୁରେଖା ସୁନ୍ଦରୀ ସ୍ବାଇଁ, ଡ. ଜ୍ୟୋତିର୍ମୟୀ ମହାନ୍ତି, ଡ. ଅରୁନ୍ଧତୀ ଦେବୀ, ଡ. ରୀନା ରାଉତରାୟ, ଡ. କୈଳାସ ଚନ୍ଦ୍ର ଦାସ, କବି ପୀତାମ୍ବର ତରାଇ ସହିତ ଅନେକ ବୁଦ୍ଧିଜୀବୀ ଏହି ଐତିହାସିକ ସମାରୋହକୁ ମାର୍ଗଦର୍ଶନ କରିବେ। ଏହି ଶତବାର୍ଷିକୀ ସମାରୋହ ଆସନ୍ତା ଶ୍ରୀପଞ୍ଚମୀ (ଫେବୃଆରୀ ୫ ତାରିଖ ୨୦୨୨)ରେ ଉଦ୍‌ଘାଟନ ଓ ୨୦୨୩ ଶ୍ରୀପଞ୍ଚମୀରେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହି ଏକ ବର୍ଷର ଅବଧି ମଧ୍ୟରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅନୁଷ୍ଠାନରେ ଅଳକା ଆଶ୍ରମ ସମ୍ପର୍କିତ ଆଲୋଚନାଚକ୍ର, ବକ୍ତୃତା, କୁଇଜ ଓ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରି ଆଗାମୀ ପିଢିଙ୍କୁ ଅଳକା ଆଶ୍ରମର ଗୁରୁତ୍ବ ବିଷୟରେ ଅବଗତ କରାଯିବ ବୋଲି ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe