ସବର୍ଣ୍ଣ-ଅସବର୍ଣ୍ଣ ବିବାଦର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନାରେ ବିକ୍ଷୋଭ ପ୍ରଦର୍ଶନ

ସବର୍ଣ୍ଣ-ଅସବର୍ଣ୍ଣ ବିବାଦର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନାରେ ବିକ୍ଷୋଭ ପ୍ରଦର୍ଶନ

ଲୋଇସିଂହା: ଲୋଇସିଂହା ଥାନା ବାଞ୍ଜିପାଲି ଗାଁରେ ସବର୍ଣ୍ଣ ଅସବର୍ଣ୍ଣ ବିବାଦର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗୁରୁବାର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସୂଚନା ଅନୁଯାୟୀ, ବାଞ୍ଜିପାଲି ଗ୍ରାମର ପୋଖରୀ ଗାଧୁଆ ଘାଟରେ କେହି ଝାଡ଼ା ବସିଥିବାରୁ କେତେକ ମହିଳା ସବର୍ଣ୍ଣମାନେ ଗାଧୋଉଥିବା ଘାଟରେ ଗାଧୋଉଥିଲେ। ଏଥିରେ ଗ୍ରାମର କେତେକ ବ୍ୟକ୍ତି ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଗତ ସୋମବାର ଦୁର୍ବ୍ୟବହାର କରିଥିବା ଗୋଲାପ ସାହୁ, ମିଶ୍ର ସାହୁ, ରୂପେଶ ସାହୁ, ସତ୍ୟ ସାହୁ ଏବଂ ଅପରାହ୍ନରେ ଟିକେନ ସାହୁ ପୁଣି ଥରେ ଅଭିଯୋଗକାରୀଙ୍କ ଘରକୁ ଯାଇ ଗାଳିଗୁଲଜ କରିଥି‌ଲେ। ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ସତ୍ତ୍ବେ ପୁଲିସ ସେମାନଙ୍କୁ ଗିରଫ କରୁନଥିବାରୁ ବହୁ ସମର୍ଥକଙ୍କ ସହ ଅଭିଯୋଗକାରୀମାନେ ଆଜି ଲୋଇସିଂହା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସ୍ଥାନୀୟ ପୁଲିସ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe