ଖୋର୍ଦ୍ଧା ତାଲୁକସ୍ତରୀୟ ୩ୟ ​ରାଷ୍ଟ୍ରୀୟ ଲୋକ ଅଦାଲତ

ଜିଲ୍ଲାସ୍ତରୀୟ ଲୋକ ଅଦାଲତ: ସାରା ରାଜ୍ୟରେ ୧ ଲକ୍ଷ ୯ ହଜାର ୭୭୧ ମାମଲା ଫଏସଲା

Law Web

ଖୋର୍ଦ୍ଧା: ଖୋର୍ଦ୍ଧା ସିଭିଲ୍‌ କୋର୍ଟ ପରିସରରେ ଶନିବାର ଖୋର୍ଦ୍ଧା ତାଲୁକସ୍ତରୀୟ ତୃତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି। ଏହି ଅଦାଲତରେ ମୋଟ ୨୩ଟି ଦେୱାନୀ, ଫୌଜାଦରୀ ଓ ମୋଟର ଦୁର୍ଘଟଣାଜନିତା ମାମଲାର ବିଚାର କରାଯାଇଥିଲା। ଏହି ବାବଦକୁ ମୋଟ ୧ କୋଟି ୮୮ ଲକ୍ଷ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ୩୧ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ବିଚାର କରାଯାଇ ୯ ଲକ୍ଷ ୩୬ ହଜାର ଟଙ୍କା ଆଦାୟ କରାଯାଇଥିଲା। ପୂର୍ବାହ୍ନରେ ଅନୁଷ୍ଠିତ ଏହି ଅଦାଲତରେ ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍‌ ତଥା ତାଲୁକ ଆଇନସେବା ସମିତିର ଅଧ୍ୟକ୍ଷ ଅଜୟ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପରିବାର ଅଦାଲତ ଜଜ୍‌ ରାଜେଶ କୁମାର ନାୟକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ସରୋଜ କୁମାର ଜେନା, ଦେୱାନୀ ଜଜ୍‌ (ବରିଷ୍ଠ ଡିଭିଜନ- ମହିଳା ବିଭାଗ) ଚିନ୍ମୟୀ ରଥ, ଦେୱାନୀ ଜଜ୍‌ (ବରିଷ୍ଠ) ସୁନୀତା କୁମାରୀ ଖଣ୍ଡେଲୱାଲ, ଏସ୍‌ଡିଜେଏମ୍‌ ଜଗଦୀଶ ଚନ୍ଦ୍ର ଜେନା, ଦେୱାନୀ ଜଜ୍‌ (କନିଷ୍ଠ ବିଭାଗ) ପ୍ରଭାତ କୁମାର ସାମଲ, ଜେଏମ୍‌ଏଫ୍‌ସି ଲିପ୍‌ସା ରାଉତ, ଖୋର୍ଦ୍ଧା ଓକିଲ ସଂଘର ସଭାପତି ସର୍ବେଶ୍ବର ସାହୁ, ସମ୍ପାଦକ ମନ୍ମଥ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ତାଲୁକ ଆଇନସେବା ସମିତିର ସମ୍ପାଦକ ବସନ୍ତ କୁମାର ଶତପଥୀ ପରିଚାଳନା କରିଥିବା ବେଳେ କୋର୍ଟର ଅନ୍ୟ କର୍ମଚାରୀ ମାନେ ସହାୟତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe