ଖୋର୍ଦ୍ଧା କୋର୍ଟ ପରିସରରେ ଲୋକ ଅଦାଲତ

କ୍ରାଇମବ୍ରାଞ୍ଚକୁ ବଡ଼ ଝଟ୍‌କା: ଚୌଦ୍ବାର ଜେଲ୍ ଆସିବାକୁ ନିମହାଂସ୍‌ର ନା

Freepik

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସିଭିଲ୍‌କୋର୍ଟ ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ଏକ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ପ୍ରଥମ ଅତିରିକ୍ତ ଜିଲ୍ଲା ଜଜ୍‌ ଅଜୟ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଅଦଲାତରେ ୧୯ଟି ମାମଲାର ବିଚାର କରାଯାଇ ୨୧ଲକ୍ଷ ଟଙ୍କା ଜୋରିମାନା ଅଦାୟ କରାଯାଇଥିଲା। ଦୁଇଟି ମୋଟରଯାନ ଦୁର୍ଘଟଣା ବାବଦକୁ ୧୫ଲକ୍ଷ ୫୦ହଜାର ଟଙ୍କା, ୬ଟି ଏନ୍‌ଆଇ ଆଇନ ମାମଲାର ୫ଲକ୍ଷ ୫୦ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ୧୧ଟି ପରିବାର ଅଦାଲତ ମାମଲାର ବିଚାର କରାଯାଇଥିଲା।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପରିବାର ଅଦାଲତ ବିଚାରପତି ରାଜେଶ କୁମାର ନାଏର, ମୁଖ୍ୟ ବିଚାର ବିଭାଗ ମାଜିଷ୍ଟ୍ରେଟ୍‌ ଶରତ କୁମାର ଜେନା, ଦେୱାନୀ ଅଦାଲତ (ମହିଳା) ବିଚାରପତି ଚିନ୍ମୟୀ ରଥ, ଦେୱାନୀ ଅଦାଲତ ବିଚାରପତି ସୁନିତା ଖଣ୍ଡେଲୱାଲ୍‌, ଏସ୍‌ଡିଜେଏମ୍‌ ଜଗଦୀଶ ଜେନା, ସିଜେଜେଡି ପ୍ରଭାତ କୁମାର ସାମଲ, ଜେଏମ୍‌ଏଫ୍‌ସି ଲିପ୍‌ସା ରାଉତ, ସ୍ବତନ୍ତ୍ର ମାଜିଷ୍ଟ୍ରେଟ୍‌ ସୁରେନ୍ଦ୍ର କୁମାର ପାଢ଼ୀ, ଜିଲ୍ଲା ଓକିଲ ସଂଘ ସଭାପତି ସର୍ବେଶ୍ବର ସାହୁ, ଆଇନଜୀବୀ ବିକ୍ରମ କେଶରୀ ଚମ୍ପତ୍ତି, ଅଜିତ କୁମାର ମିଶ୍ର ପ୍ରମୁଖଙ୍କ ସହ ଅନ୍ୟ ଆଇନଜୀବୀ ମାନେ ଉପସ୍ଥିତ ଥିଲେ। ଏହାକୁ ତାଲୁକ ଆଇନ ସେବା କମିଟିର ସମ୍ପାଦକ ବସନ୍ତ ଶତପଥୀ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe