ଭଦ୍ରକରେ କଳା ପଲସର୍ ଆତଙ୍କ : ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ବ୍ୟବସାୟୀଙ୍କ ଠାରୁ ୫ଲକ୍ଷ ଲୁଟିନେଲେ

Advertisment
ଭଦ୍ରକରେ କଳା ପଲସର୍ ଆତଙ୍କ : ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ବ୍ୟବସାୟୀଙ୍କ ଠାରୁ ୫ଲକ୍ଷ ଲୁଟିନେଲେ

ଭଦ୍ରକ: ଭଦ୍ରକ ବାସୁଦେବପୁର ଷ୍ଟେଟ ବ୍ୟାଙ୍କ ଶାଖାରୁ ସୋମବାର ଅପରାହ୍ନରେ ଜଣେ ବ୍ୟକ୍ତି ଟଙ୍କା ଉଠାଇବାକୁ ଆସିଥିଲେ। ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ସୂଚନାଯୋଗ୍ୟ, ସୋମବାର ବାସୁଦେବପୁର ଷ୍ଟେଟ ବ୍ୟାଙ୍କ ଶାଖାରୁ ଚିଙ୍ଗୁଡ଼ି ବ୍ୟବସାୟ ପାଇଁ କମଳାକାନ୍ତ ଘଡ଼ାଇ ୫ଲକ୍ଷ ଟଙ୍କା ଉଠାଇଥିଲେ। ଟଙ୍କା ଉଠାଇ ବାଲିମେଦ ଗ୍ରାମକୁ ଫେରୁଥିବା ସମୟରେ ସରକାରୀ ମହିଳା ମହାବିଦ୍ୟାଳୟ ଛକ ନିକଟରୁ ଦୁର୍ବୃତ୍ତମାନେ କମଳାକାନ୍ତଙ୍କ ହାତରୁ ଆକସ୍ମିକ ଭାବେ ଟଙ୍କା ବ୍ୟାଗ ଛଡ଼ାଇ ଏକ କଳା ରଙ୍ଗର ପଲସରରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ବାସୁଦେବପୁର ଟାଉନ୍‌ ଥାନାରେ ଏହି ମାମଲା ନେଇ କମଳାକାନ୍ତ ଅଭିଯୋଗ ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe