ଶିକ୍ଷକଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲୁଟ ଘଟଣାରେ ଅଭିଯୁକ୍ତ ଗିରଫ, ୯ ଲକ୍ଷ ଜବତ

Advertisment
ଶିକ୍ଷକଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲୁଟ ଘଟଣାରେ ଅଭିଯୁକ୍ତ ଗିରଫ, ୯ ଲକ୍ଷ ଜବତ
ଭଦ୍ରକ: ସ୍ଥାନୀୟ ଅପର୍ତ୍ତିବିନ୍ଧା ଛକସ୍ଥିତ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ଆଗରୁ ଦିନ ଦ୍ୱିପ୍ରହରରେ ଜଣେ ଶିକ୍ଷକଙ୍କ ନିକଟରୁ ୧୨ ଲକ୍ଷ ଟଙ୍କା ଲୁଟ ଘଟଣା ଚର୍ଚ୍ଚାର ବିଷୟ ଥିଲା। ଏହି ଲୁଟ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ ସହ ୯ ଲକ୍ଷ ଟଙ୍କା ଜବତ କରିଛି ଭଦ୍ରକ ପୁଲିସ । ଏ ସମ୍ପର୍କରେ ଭଦ୍ରକ ଏସ୍‌ପି ଚରଣ ସିଂ ମୀନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।
publive-image
ଏସ୍‌ପି ଶ୍ରୀ ମୀନା କହିଛନ୍ତି ଯେ, ଅପର୍ତ୍ତିବିନ୍ଧା ଛକ ନିକଟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ଆଗରପଡା ଅଞ୍ଚଳର ଶିକ୍ଷକ ଅଶୋକ ଖିଲାର ଜମି କିଣିବା ପାଇଁ ୧୨ ଲକ୍ଷ ଟଙ୍କା ଉଠାଇ ଫେରୁଥିଲେ। ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ପଳାଇଥିଲେ। ଥାନାରେ ଅଭିଯୋଗ ହେଲା ପରେ ଟାଉନ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କ ଗତିବିଧିକୁ ନଜର ରଖିବା ସହ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଆସ୍କା ଥାନା ପକାଲପଲ୍ଲୀରୁ ଅଭିଯୁକ୍ତ ଏମ ଶ୍ରୀକାନ୍ତକୁ ଗିରଫ କରିଛି ଭଦ୍ରକ ପୁଲିସ। ଅଭିଯୁକ୍ତ ନିକଟରୁ ଲୁଟ ହୋଇଥିବା ୯ ଲକ୍ଷ ଟଙ୍କା ଜବତ ହୋଇଛି।  ଜବତ୍ ଟଙ୍କାକୁ  ଶିକ୍ଷକ ଅଶୋକ ଖିଲାରଙ୍କୁ  ପୁଲିସ ଫେରାଇ ଦେଇଛି।  ଭଦ୍ରକ ଏସପି ଆଜି ଭଦ୍ରକ ଟାଉନ୍ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି  ସୂଚନା ଦେଇଥିବା ବେଳେ ଏଣିକି ସହରରେ ଅପରାଧିକ ମାମଲା ସଂପୃକ୍ତ ଅଭିଯୁକ୍ତଙ୍କ ଉପରେ ପୁଲିସର ଏକ ସ୍ପେଶଲ୍ ଟିମ୍ ନଜର ରଖିଛି। ଏଇ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା ଜାରି ରହିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe