ସୁନା ଦୋକାନରୁ ଲୁଟ୍‌ ଉଦ୍ୟମ

ସୁନା ଦୋକାନରୁ ଲୁଟ୍‌ ଉଦ୍ୟମ

Facebook

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ୱାର୍ଡନଂ ୮ଠାରେ ଥିବା କୈଳାସ ସୁନା ଦୋକାନରୁ ଲୁଟ୍ ଉଦ୍ୟମ ହୋଇଥିବା ମାଲିକ କୈଳାସ ବଜରଙ୍ଗ ଅଗ୍ରୱାଲ ଅଭିଯୋଗ କରିଛନ୍ତି। ରବିବାର ଦିନ ୧୨.୩୦ରେ ତିନି ଜଣ ବ୍ୟକ୍ତି ମୁହଁରେ କଳାକନା ବାନ୍ଧି ଏକ ବାଇକ୍‌ରେ ଆସି ଦୋକାନକୁ ପଶିଥିଲେ।

ସେମାନେ ୧୪ ସେକେଣ୍ଡ ଦୋକାନ ଭିତରେ ରହି ପୁଣି ବାହାରି ବାଇକ୍‌ ଯୋଗେ ସିନାପାଲି ପଟକୁ ଚାଲି ଯାଇଥିଲେ। ଦୋକାନୀ ଜଣକ ଡକାୟତ ଭାବି ବନ୍ଧୁକ ଆଣିବାକୁ ଯାଇଥିବା ବେଳେ ଯୁବକମାନେ ଫେରାର୍ ମାରିଥିବା ଜଣାପଡ଼ିଛି। ସୂଚନା ପାଇ ଖଡ଼ିଆଳ ପୁଲିସ୍‌ ଦୋକାନରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe