ମାତିଲେ ଲୁଟେରା: ୫ଜଣଙ୍କୁ ଘରୁ ଏକକାଳୀନ ଚୋରି

ମାତିଲେ ଲୁଟେରା: ୫ଜଣଙ୍କୁ ଘରୁ ଏକକାଳୀନ ଚୋରି

ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଆରୋଳ ଗାଁରେ କଳା କନା ବୁଲାଇଲେ ଲୁଟେରା। ଲୁଟେରାମାନେ ଜଣଙ୍କ ଘରୁ ନୁହେଁ ବରଂ ୫ଜଣଙ୍କ ଘରୁ ଏକକାଳୀନ ଚୋରି କରିଥିବାର ଅଭିଯୋଗ ହୋଇଛି । ମୁହଁରେ ସ୍ପ୍ରେ କରି ରାତିରେ ଚୋରି କରିଥିବା ଅଭିଯୋଗ ହୋଇଛି | ପୁଲିସକୁ ଦିଆଯାଇଥିବା ଅଭିଯୋଗ ମୁତାବକ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ ଘଟିକା ସମୟରେ କିଛି ଲୁଟେରା ଆସି ଆରୋଳ ଗାଁର ୫ ଜଣ ବ୍ୟକ୍ତିଙ୍କ ଘରର କବାଟ ତାଡି ଘରେ ପଶିଥିଲେ |

publive-image

ସେମାନେ ଲୋକଙ୍କୁ ଭୟଭୀତ କରି ଟଙ୍କା ଓ ସୁନା ନ ଦେଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ | ଏହାପରେ ଲୁଟେରାମାନେ ଆଲମିରା ଭାଙ୍ଗିବା ସହ ଚୋରି କରିନେଇଥିଲେ | ଏନେଇ ପୁଲିସ ନିକଟରେ ଅଭିଯୋଗ ହେବା ପରେ ଏବେ ଚନ୍ଦନପୁର ପୁଲିସ ପହଂଚି ଘଟଣାର ଛାନଭିନ କରୁଥିବାବେଳେ ତଦନ୍ତ ଜାରି ରଖିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe