Advertisment

ବ୍ୟାଙ୍କ ସମ୍ମୁଖରୁ ୧୨ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ, ଗୁଳିମାଡ଼ରେ ଜଣେ ଗୁରୁତର

Advertisment
ବ୍ୟାଙ୍କ ସମ୍ମୁଖରୁ ୧୨ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ, ଗୁଳିମାଡ଼ରେ ଜଣେ ଗୁରୁତର

ଖଇରା/ସୋର: ବ୍ୟାଙ୍କ ସମ୍ମୁଖରେ ଗୁଳି ଫୁଟାଇ ୧୨ ଲକ୍ଷ ଟଙ୍କା ଲୁଟ୍‌ ନେଇ ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁପାରୀ କୃପେଶ୍ୱର ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଆଜି ଅପରାହ୍‌ଣରେ ଏହି ଗୁଳିମାଡ଼ର ଶିକାର ହୋଇଛନ୍ତି।

ସୂଚନା ଅନୁସାରେ କୁପାରୀ କୃପେଶ୍ୱର ପେଟ୍ରୋଲ ପମ୍ପର ଦୁଇ ଜଣ କର୍ମଚାରୀ ଅଜୟ ମହାପାତ୍ର ଓ ବିଷ୍ନୁପଦ ମହାପାତ୍ର ଆଜି ଅପରାହ୍‌ଣରେ ଏକ ବାଇକରେ ୧୨ ଲକ୍ଷ ଟଙ୍କା ନେଇ ବର୍ତନାସ୍ଥିତ ଇଣ୍ଡିଆନ ବ୍ୟାଙ୍କରେ ଜମା କରିବା ଯାଉଥିଲେ। ଉଭୟ ଅଜୟ ଓ ବିଷ୍ଣୁପଦ ବ୍ୟାଙ୍କ ସାମ୍ନାରେ ପହଞ୍ଚି ଥିଲେ। କିନ୍ତୁ ଏହି ସମୟରେ ବ୍ୟାଙ୍କ ଫାଟକ ନିକଟରେ ଦୁଇଟି ପଲସର ଗାଡ଼ିରେ ୪ ଜଣ ଦୁର୍ବୃତ୍ତ ପହଞ୍ଚି ଟଙ୍କା ବ୍ୟାଗକୁ ଛଡାଇ ନେଇଥିଲେ। କିଛି ସମୟ ଧରି ଲୁଟେରା ଓ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଶେଷରେ ଲୁଟେରାମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ପ୍ରଥମ ଗୁଳିଟି ବିଷ୍ଣୁଙ୍କ କାନ୍ଧ ଦେଇ ପଳେଇ ଯାଇଥିବା ବେଳେ ଦ୍ୱିତୀୟଟି ତାଙ୍କର ଗୋଡ଼ରେ ବାଜିଥିଲା। ଲୁଟେରାମାନେ ଟଙ୍କା ବ୍ୟାଗ ନେଇ ଆଗରପଡା ଆଡ଼କୁ ଫେରାର ହୋଇଯାଇଥିଲେ। ଅଂଚଳର ଲୋକମାନେ ଭୟଭୀତ ଥିବା ବେଳେ ଖଇରା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe