ଯୁବତୀଙ୍କଠାରୁ ୫୦ ହଜାର ଲୁଟ୍‌

ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

ଚମକପୁର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ନାରଦପୁର ଛକ ନିକଟରେ ଆଜି ଜଣେ ଯୁବତୀଙ୍କଠାରୁ ୫୦ହଜାର ଟଙ୍କା ଲୁଟି ନେଇଛନ୍ତି ଦୁଇଜଣ ଦୁର୍ବୃତ୍ତ। ଏ ସମ୍ପର୍କରେ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ୫୨୦ ନମ୍ବର ଜାତୀୟ ରାଜପଥର ନାରଦପୁର ଛକରେ ରହୁଥିବା ସୁଶୀଲ ନାଏକଙ୍କ ଝିଅ ମାନିନୀ ନାଏକ ଆଜି ପୂର୍ବାହ୍ନ ୧୧ଟାବେଳେ କଣ୍ଡରା ବ୍ୟାଙ୍କ ଅଫ୍ ଇଣ୍ତିଆ ଶାଖାରୁ ପ୍ରାୟ ୫୦ ହଜାର ଟଙ୍କା ଉଠାଇଥିଲେ। ବସ୍‌ରେ ଆସି ନାରଦପୁର ଛକରେ ଓହ୍ଲାଇ ଘରକୁ ଯାଉଥିବାବେଳେ ହଠାତ୍‌ ଦୁଇଜଣ ଦୁର୍ବୃତ୍ତ ଏକ ପଲସର ବାଇକ୍‌ରେ ଆସି ତାଙ୍କ ହାତରୁ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇ ଦ୍ରୁତଗତିରେ ରିମୁଳି ଆଡ଼କୁ ଚାଲି ଯାଇଥିଲେ। ଉକ୍ତ ବ୍ୟାଗରେ ମୋବାଇଲ ଫୋନ୍‌ ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଥିଲା। ପରିବାର ପକ୍ଷରୁ ରିମୁଳି ଫାଣ୍ତିରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe