ପୁଲିସ୍ କହି ଲୁଟିନେଲେ ସୁନା ଅଳଙ୍କାର

ପୁଲିସ୍ କହି ଲୁଟିନେଲେ ସୁନା ଅଳଙ୍କାର

News18

ସମ୍ବଲପୁର: ବାଇକ୍‌ରେ ଆସି ଅଟକାଇଲେ। ପୁଲିସ ବୋଲି ପରିଚୟ ଦେଲେ। ସୁନା ଅଳଙ୍କାର ମାଗିଲେ। ନ ଦେବାରୁ ଛୁରି ଦେଖାଇ ଲୁଟିନେଲେ। ଏଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଘଟିଛି।

ଟାଉନ୍‌ ଥାନା ମାରଵାଡିପଡ଼ାର ରମାକାନ୍ତ ମେହେର ମଙ୍ଗଳବାର ଅପରାହ୍ଣରେ ମେହେର ମଣ୍ଡପରୁ ଘରକୁ ଫେରୁଥିଲେ। ଧନୁପାଲି ଥାନା ଚାରଭାଟିର ଇଣ୍ଡିଆ ବଜାର ନିକଟରେ ୨ ଜଣ ତାଙ୍କୁ ବାଇକ୍‌ରେ ଆସି ଅଟକାଇଥିଲା। ପୁଲିସ ବୋଲି ପରିଚୟ ଦେଇ କାହିଁକି ହାତରେ ଏତେ ସୁନା ପିନ୍ଧିଛ ବୋଲି ପ୍ରଶ୍ନ କରି କାଢି଼ବା ପାଇଁ କହିଥିଲେ। ରମାକାନ୍ତ ସୁନା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଏକ ଛୁରି ଦେଖାଇଥିଲା ଏବଂ ତାଙ୍କ ପାଖରୁ ୩ ସୁନା ମୁଦି ଓ ଗୋଟିଏ ସୁନା ଚେନ୍‌ ଲୁଟି ଫେରାର ହୋଇଯାଇଥିଲେ। ଏ ନେଇ ରମାକାନ୍ତ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe