ଜୁଏଲାରୀ ମାଲିକଙ୍କ ଠାରୁ ଗହଣା ବ୍ୟାଗ୍‌ ଲୁଟ୍‌ ଅଭିଯୋଗ

Advertisment
ଜୁଏଲାରୀ ମାଲିକଙ୍କ ଠାରୁ ଗହଣା ବ୍ୟାଗ୍‌ ଲୁଟ୍‌ ଅଭିଯୋଗ

ଯାଜପୁର: ବରୀ ଥାନା ଅନ୍ତର୍ଗତ ବାଲିଆପାଳ ଛକରେ ଥିବା ମା’ ମଙ୍ଗଳା ଜୁଏଲାରୀର ଆଜି ସନ୍ଧ୍ୟା ୭ଟା ବେଳେ ମାଲିକ କିଶୋର ଚନ୍ଦ୍ର ସାହୁଙ୍କ ନିକଟରୁ ୫ ଜଣ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଝାମ୍ପି ନେଇଛନ୍ତି। ମାଲିକ ଶ୍ରୀ ସାହୁ ଜୁଏଲାରୀ ଦୋକାନ ବନ୍ଦ କରି ତାଲା ପକାଉଥିବା ବେଳେ ତାଙ୍କ ହିରୋ ବାଇରେ ସୁନା, ରୂପା ଗହଣା ଥିବା ବ୍ୟାଗ୍‌ଟିକୁ ଝୁଲାଇ ଦେଇଥିଲେ। ଏହି ସମୟରେ ଦୁଇଟି ପଲସର୍‌ ବାଇକ୍‌ରେ ୫ ଜଣ ଯୁବକ ଆସି ହଠାତ୍‌ ତାଙ୍କ ବ୍ୟାଗ୍‌କୁ ଝାମ୍ପି ନେଇ ଚମ୍ପଟ ମାରିଥିଲେ।

ଘଟଣା ସମ୍ପର୍କରେ ଶ୍ରୀ ସାହୁ ବରୀ ଥାନାକୁ ଜଣାଇବା ପରେ ଆଇଆଇସି ମାର୍କଣ୍ଡ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତମାନେ ବ୍ୟାଗ୍‌ ଝାମ୍ପି ନେବା ପରେ ବରୀ ବଜାର ରାସ୍ତାରେ କାଇପଡ଼ା ଆଡ଼କୁ ଦ୍ରୁତ ଗତିରେ ପଳାଇଥିଲେ। ବ୍ୟାଗ୍‌ରେ ପ୍ରାୟ ୫ଶହ ଗ୍ରାମର ରୂପା ଗହଣା ଓ ୧୨ ଗ୍ରାମର ସୁନା ଗହଣା ଥିଲା ବୋଲି ଦୋକାନ ମାଲିକ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ କେନ୍ଦ୍ରାପଡ଼ା ଆଡ଼କୁ ପଳାଇ ଯାଇଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe