ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଗତକାଲି ଅର୍ଥାତ୍ ଶନିବାର ରାତିରେ ଲୁଟେରା ୪ଟି ଏଟିଏମ୍ ଭାଙ୍ଗି ପାଖାପାଖି ୧୫ଲକ୍ଷରୁ ଅଧିକ ଟଙ୍କା ଲୁଟ୍ କରିଥିବା ଖବର ମିଳିଛି। ତେବେ ଏହି ଲୁଟ ସହରର ତୁଳସୀ ଚଉରା ସ୍ଥିତ ଆକ୍ସିସ୍ ବ୍ୟାଙ୍କ୍ ଏଟିଏମ୍, ଷ୍ଟେସନ ବଜାରର ବ୍ୟାଙ୍କ ଅଫ୍ ଇଣ୍ଡିଆ, ପାଲବଣିରେ ଥିବା ୟୁନାଇଟେଡ୍ ବ୍ୟାଙ୍କ୍ ଓ ଅସ୍ତିଆ ସ୍ଥିତ ୟୁବିଆଇ ବ୍ୟାଙ୍କ୍ ଏଟିଏମ୍ରୁ ହୋଇଥିବା ଜଣାପଡ଼ିଛି। ଲୁଟେରେମାନେ ଏଟିଏମ୍ ମେସିନ୍ଗୁଡ଼ିକୁ ଗ୍ୟାସ୍ କଟର ସାହାଯ୍ୟ କାଟି ଏହି ଲୁଟ କରିଥିଲେ। ଏଥିସହିତ ସହରର ଆଉ ୨ଟି ଏଟିଏମ୍ ବି ଲୁଟ୍ ଉଦ୍ୟମ ହୋଇଥିବା ନେଇ ବୋଲି ପୁଲିସ ପକ୍ଷରୁ ପ୍ରକାଶ।
ସୂଚନାଯୋଗ୍ୟ, ଗତ ଶନିବାର ରାତି ପ୍ରାୟ ୨ଟା ସମୟରେ ଲୁଟେରା ମୁହଁରେ କପଡ଼ା ବାନ୍ଧି ଲୁଟ କରିଥିବା ଜଣାପଡ଼ିଛି। ୪ଟି ଏଟିଏମ୍ରୁ ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା କୁହାଯାଉଛି। ତେବେ ପ୍ରକୃତରେ କେତେ ଟଙ୍କା ଲୁଟ୍ ହୋଇଛି ତାହା ରିପୋର୍ଟ ଲେଖା ହେଲା ଯାଏଁ ସ୍ପଷ୍ଟ ହୋଇ ନଥିଲା। ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରି ଦେଇଛନ୍ତି।
Follow Us