ବନ୍ଧୁକ ଦେଖାଇ ଲୁଟ୍‌ ମାମଲା: ଚାଲିଛି ମୋବାଇଲ୍‌ ନେଟୱର୍କ ଯାଞ୍ଚ, ୮୦ହଜାର ଟଙ୍କା ଲୁଟ୍‌ ହୋଇଥିବା ନେଇ ଅଭିଯୋଗ ଦାଖଲ

Advertisment

ଲୁଟେରାଙ୍କ ସହିତ ଜଣାଶୁଣା ଲୋକ ସାଥ୍‌ ଦେଇଥିବା ସନ୍ଦେହ

ଲୁଟେରାଙ୍କ ସହିତ ଜଣାଶୁଣା ଲୋକ ସାଥ୍‌ ଦେଇଥିବା ସନ୍ଦେହ

ସ୍ମାର୍ଟ ସିଟିରେ ମାତିଛନ୍ତି ଆନ୍ତଃରାଜ୍ୟ ଲୁଟେରା: ଟ୍ରେନ୍‌ରେ ଆସି ଲୁଟୁଛନ୍ତି, ପୁଣି ଟ୍ରେନ୍‌ରେ ଫେରାର୍‌

Times of India

ବାରିପଦା: ଗତକାଲି ରାତି ପ୍ରାୟ ସାଢ଼େ ୮ଟା ସମୟରେ ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ମୁର୍ଗାବାଡ଼ିରୁ କ୍ଷେତ୍ରପାଟଣା ଗଲା ବାଟରେ ଥିବା ଦେବକୀ ଟ୍ରେଡର୍‌ସରୁ ବନ୍ଧୁକ ଦେଖାଇ ହୋଇଥିବା ଲୁଟ୍‌ ଘଟଣାକୁ ଗୁରୁତର ସହିତ ନେଇଛି ପୁଲିସ୍‌। ଏହି ସଂସ୍ଥାର ମାଲିକ ବ୍ୟବସାୟୀ ଶମ୍ଭୁଦୟାଲ ଖଣ୍ଡେଲୱାଲ(ଲାଲା)ଙ୍କଠାରୁ ୩ ଜଣ ଦୁର୍ବୃତ୍ତ ମୁଣ୍ଡରେ ବନ୍ଧୁକ ଲଗେଇ ୮୦ହଜାର ଟଙ୍କା ଲୁଟ୍‌ କରିଥିବା ଥାନାରେ ଅଭିଯୋଗ ହୋଇଛି।

ବାରିପଦା ଟାଉନ୍‌ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ଘଟଣାସ୍ଥଳରେ ପହଞ୍ଚି ସର୍‌ଜମିନ ତଦନ୍ତ କରିଥିଲେ। ଦୋକାନରେ ଲାଗିଥିବା ସିସିଟିଭି ମଧ୍ୟ ଯାଞ୍ଚ କରିଥିଲେ। ବିନା କୌଣସି ସିମ୍ବଲ୍‌ରେ କେବଳ ୪୭୩୯ ନମ୍ବର ଥିବା ଏକ ଆପାଚି ବାଇକ୍‌ରେ ଆସିଥିବା ୩ଜଣ ଲୁଟେରା ଶମ୍ଭୁଦୟାଲଙ୍କ ସମେତ ଆଉ ଦୁଇଜଣଙ୍କୁ ଆକ୍ରମଣ କରି ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଝାମ୍ପିନେଇଥିଲେ। ଏହି ଘଟଣାରେ ପୁଲିସ୍‌ ଲୁଟ୍‌ ସମୟରେ ଉକ୍ତ ସ୍ଥାନରେ କେଉଁ କେଉଁ ମୋବାଇଲ୍‌ ନେଟୱର୍କର ନମ୍ବର ଆକ୍ଟିଭ୍‌ ଥିଲା, ସେନେଇ ପୁଲିସ୍‌ ତଦନ୍ତ ଜାରି ରଖିଛି। ଯେହେତୁ ଗତକାଲି ଲୁଟ୍‌ ହୋଇଥିବା ସମୟରେ ଉକ୍ତ ସ୍ଥାନରେ ମାତ୍ର କିଛି ଲୋକ ଉପସ୍ଥିତ ଥିଲେ, ତେଣୁ ମୋବାଇଲ୍‌ ନମ୍ବର ଟ୍ରାକିଂରୁ ଲୁଟେରାଙ୍କ ସମ୍ପର୍କରେ ତଥ୍ୟ ମିଳିପାରିବା ନେଇ ପୁଲିସ୍‌ ଆଶାବାଦୀ ଅଛି।

ସେହିପରି ଗାଡ଼ିରେ ମାତ୍ର ଏକ ନମ୍ବର ଥିବାବେଳେ କୌଣସି ସିମ୍ବଲ ନାହିଁ। ତେବେ ଏହି ଘଟଣାରେ ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀ ଶ୍ରୀ ଖଣ୍ଡେଲାୱାଲାଙ୍କୁ ଜାଣିଥିବା କେହି ଲୋକ ଲୁଟେରାଙ୍କ ସମ୍ପର୍କରେ ସୂଚନା ଦେଇଥିବା ପୁଲିସ୍‌ ସନ୍ଦେହ କରୁଛି। ଯେଉଁଥିପାଇଁ ଶ୍ରୀ ‌ଖଣ୍ଡେଲାୱାଲାଙ୍କ ପ୍ରକୃତ ଗତିବିଧି ସମ୍ପର୍କରେ ଲୁଟେରାମାନେ ସୂଚନା ପାଇପାରିଥିଲେ। ଖୁବ୍‌ଶୀଘ୍ର ଲୁଟେରାମାନଙ୍କ ସମ୍ପର୍କରେ ପତ୍ତା ମିଳବାନେଇ ପୁଲିସ୍‌ ଆଶାବାଦୀ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe