ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

Advertisment
ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

ଭଦ୍ରକ: ଦିନ ଦ୍ଵିପ୍ରହରରେ ଘରେ କେହି ନଥିବାର ସୁଯୋଗ ପାଇ ଜଣେ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଇଛନ୍ତି ଲୁଟେରା | ମିଳିଥିବା ସୂଚନା ମୁତାବକ ଆଜି ଦିନ ପ୍ରାୟ ୧୧ଟା ସମୟରେ ଭଦ୍ରକର ପୁରୁଣା ବଜାର ଥାନା ଅଞ୍ଚଳର ବାଙ୍କା ବଜାରରେ ରହୁଥିବା ସେକ ହବିବଙ୍କ ଘରୁ କେହି ନଥିବାବେଳେ ଘରର ଗ୍ରିଲ ତାଡି ଦେଇ ଘର ଭିତରକୁ ପଶି ଦୁର୍ବୃତମାନେ ଘରେ ଥିବା ୩ଟି ଆଲମିରାର ତାଲା ଭାଙ୍ଗି ସେଥିରେ ଥିବା ସୁନା, ରୂପା ଅଳଙ୍କାର ଓ ନଗଦ ଟଙ୍କା ଚୋରି କରି ନେଇଛନ୍ତି।

ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୬ ଲକ୍ଷ ରୁ ୭ ଲକ୍ଷ ଟଙ୍କା ହେବ ବୋଲି ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଘରର ଲୋକଙ୍କ ଅଭିଯୋଗ ପରେ ଘଟଣାସ୍ଥଳକୁ ପୁଲିସର ଏକ ସ୍ବତନ୍ତ୍ର ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe