ଛେଣ୍ଡିପଦା ବ୍ଲକ ଛକ ଜନଗହଳି ସ୍ଥାନରୁ ଡିକି ଖୋଲି ଦୁବୃର୍ତ୍ତ ଲୁଟି ନେଲେ ଟଙ୍କା

Advertisment
ଛେଣ୍ଡିପଦା ବ୍ଲକ ଛକ ଜନଗହଳି ସ୍ଥାନରୁ ଡିକି ଖୋଲି ଦୁବୃର୍ତ୍ତ ଲୁଟି ନେଲେ ଟଙ୍କା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଛକରୁ ବାଇକରେ ପେଟ୍ରୋଲ ପକେଇବା ସମୟରେ ଡିକି ଖୋଲି ୩୮ ହଜାର ୩୦୦ଟଙ୍କା ଲୁଟି ନେଇ ଦୁବୃର୍ତ୍ତ ଚମ୍ପଟ ମାରିଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳ ୧୦ ଟାରେ ଛେଣ୍ଡିପଦା ଥାନା ବାହାଳସାହି ଗ୍ରାମର ପ୍ରତାପ କୁମାର ସାହୁ(୨୮) ସ୍ଥାନୀୟ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠେଇ ବ୍ଲକ ଛକ ରଞ୍ଜିତ କୁମାର ବେହେରାଙ୍କ ପେଟ୍ରୋଲ ଦୋକାନରେ ବାଇକରେ ପେଟ୍ରୋଲ ପକାଉ ଥିଲେ।
ପେଟ୍ରୋଲ ପକାଇବା ସମୟରେ ଦୋକାନିକୁ ପେଟ୍ରୋଲର ଟଙ୍କା ଦେଉଥିବା ସମୟରେ ବ୍ୟାଙ୍କରୁ ପିଛା କରୁଥିବା ଦୁବୃର୍ତ୍ତ ପ୍ରତାପ କୁମାର ସାହୁଙ୍କ ଡିକି ଖୋଲି ଟଙ୍କା ଥିବା ବ୍ୟାଗକୁ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ସମୟରେ ରଞ୍ଜିତ ସାହୁ(୨୯) ଉକ୍ତ ଦୁବୃର୍ତ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ଖସି ପଳାଇଥିଲେ।

ହାଟ ଯୋଗୁଁ ଗହଳି ଥିବା ସତ୍ତ୍ୱେ ଲୁଟେରା ଟଙ୍କା ଲୁଟି ପାର ହେବାରେ ସକ୍ଷମ ହୋଇଥିଲେ। ପ୍ରତାପଙ୍କ ବାଇକ ଓଡ଼ି-୧୯-୯୨୫୪ ନମ୍ବର ବାଇକରୁ ଚୋରି ହୋଇଛି। ଛେଣ୍ଡିପଦାରେ ବ୍ୟାଙ୍କରୁ ପିଛା କରି ଏକାଧିକ ବ୍ୟକ୍ତି ଲୁଟେରାଙ୍କ ଶିକାର ହେଉଛନ୍ତି। ପୁଲିସ ଉକ୍ତ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇପାରୁ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe