ଲୁଗା ଦେଖାଇବାକୁ କହି ଘରେ ପଶି କଳାକନା ବୁଲାଇ ଚାଲିଗଲେ ଦୁର୍ବୃତ୍ତ

ଲକ୍‌ଡାଉନ୍‌ ବେଳେ ପାଟ୍ରୋଲିଂ ଢିଲା, ଥାନା ଆଗରୁ ଦୋକାନ ତାଲା ଭାଙ୍ଗି ଚୋରି

www.jagran.com

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ବଡଗଡ ଗ୍ରାମରେ ଜଣେ ଲୁଗା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ବଡଗଡସ୍ଥିତ ବ୍ୟବସାୟୀ କେ. ସୀମାଦ୍ରି ପାତ୍ରଙ୍କ ଘରୁ ଲୁଟ ହୋଇଥିବା ବଡଗଡ ଥାନାରେ ଅଭିଯୋଗ ହୋଇଥିଲା।

ସୂଚନା ଅନୁଯାୟୀ, ସୀମାଦ୍ରି ନିଜ ଘର ସମ୍ମୁଖରେ ଲୁଗା ଦୋକାନ କରିଥିଲେ। ଗତକାଲି ସନ୍ଧ୍ୟାରେ ୩ ଜଣ ଯୁବକ ଦୋକାନକୁ ଆସି ଲୁଗା ଦେଖାଇବାକୁ ସୀମାଦ୍ରିଙ୍କୁ କହିଥିଲେ। ସେ ଲୁଗା ଦେଖାଇବାବେଳେ ଦୁର୍ବୃତ୍ତମାନେ ଭିତର ପଟୁ ଦୋକାନ କବାଟ ବନ୍ଦ କରି ଦେଇଥିଲେ। ପରେ ଦୋକାନ ପଛରେ ଥିବା ଘରକୁ ନେଇ ଯାଇଥିଲେ। ସୀମାଦ୍ରିଙ୍କୁ ବନ୍ଧୁକ ଦେଖାଇ ସୁନା ଓ ଅଳଙ୍କାର ଦେବାକୁ କହିଥିଲେ।

publive-image

ଏହାପରେ ଦୁର୍ବୃତ୍ତ ସୁନା ଚେନ୍‌ ଓ ମୁଦି ଆଦି ଅଳଙ୍କାର ଲୁଟି ନେଇ ସେଠାରୁ ପଳାଇଥିଲେ। ଏହି ଲୁଟ ସମ୍ପର୍କରେ ଖବର ପାଇ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଏବଂ ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ନିଜ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe