(Representational immage) )Times of India
ଖଲ୍ଲିକୋଟ: ଆଜି ଗଞ୍ଜାମ ଜିଲ୍ଲାରେ ପିସ୍ତଲଧାରୀ ଲୁଟେରାଙ୍କ ଆତଙ୍କରାଜ ପୁଣି ଦେଖିବାକୁ ମିଳିଛି। ଖଲ୍ଲିକୋଟ ଥାନା ମାଟିଆସାହି ଛକ ନିକଟରେ ଆଜି ସଂଧ୍ୟାରେ ୩ଜଣ ପିସ୍ତଲଧାରୀ ଦୁର୍ବୃତ୍ତ ଫାଙ୍କା ଗୁଳି ଚାଳନା କରି ବାଇକ୍ରେ ଯାଉଥିବା ଏକ ଦମ୍ପତିଙ୍କ ଠାରୁ ସୁନା ଗହଣା ଲୁଟି ଚମ୍ପଟ ମାରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସେହିପରି ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରୁଥିବା ଜଣାପଡ଼ିଛି। ଏକ ସ୍ଥାନରୁ ମିଳିଥିବା ଫୁଟେଜ୍ରୁ ଦୁର୍ବୃତ୍ତଙ୍କ ଫଟୋ ମିଳିଛି। ସେମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। କବିସୂର୍ଯ୍ୟନଗର ବ୍ଲକ୍ ନିମୁଣ୍ଡିଆ ଗ୍ରାମର ବିଷ୍ଣୁପ୍ରସାଦ ବାଡ଼ତ୍ୟା ପତ୍ନୀ ଓ ପୁଅକୁ ଧରି ଏକ ବାଇକ୍ରେ ଖଲ୍ଲିକୋଟ ଥାନା ସିଧାପଲ୍ଲୀ ଗ୍ରାମ ସ୍ଥିତ ଶ୍ବଶୁର ଘରକୁ ଆସୁଥିଲେ। ସଂଧ୍ୟାରେ ସେମାନେ ମାଟିଆ ସାହି ଛକ ଦେଇ ଆସୁଥିବା ବେଳେ ୩ଜଣ ଦୁର୍ବୃତ୍ତ ଆସି ଲୁଟିନେଇଛନ୍ତି |
Follow Us