ଜଗତସିଂହପୁର: ପାରାଦୀପ ଏସ୍ବିଆଇ ବ୍ୟାଙ୍କ୍ ସମ୍ମୁଖରୁ ବୁଧବାର ଅପରାହ୍ନରେ ଦୁର୍ବୃତ୍ତ ୧ଲକ୍ଷ ୪୦ ହଜାର ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଜି ଆଇ କଲୋନୀରେ ଜିତେନ୍ଦ୍ର ବଳ ବସବାସ କରନ୍ତି। ସେ ଆଜି ଏଟିଏମ୍କୁ ଟଙ୍କା ଉଠାଇବାକୁ ଯାଇଥିବା ସମୟରେ ଏହି ଲୁଟର ଶିକାର ହୋଇଛନ୍ତି। ଜିତେନ୍ଦ୍ର ଏଟିଏମରୁ ଟଙ୍କା ଉଠେଇ ସ୍କୁଟିରେ ରଖି ପୁଣି ଏକ ଏଟିଏମକୁ ଟଙ୍କା ଉଠାବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ପୂର୍ବରୁ ଯୋଜନା କରି ରଖିଥିବା ଦୁର୍ବୃତ୍ତ ଜିତେନ୍ଦ୍ର ବଳ ଏଟିଏମ୍ରୁ ଟଙ୍କା ଉଠାଇ ଫେରିଲା ବେଳକୁ ତାଙ୍କ ଡିକି ଭାଙ୍ଗି ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଥିଲେ।
ଜିତେନ୍ଦ୍ର ତାଙ୍କ ସ୍କୁଟି ଡିକି ଭାଙ୍ଗିଥିବା ଦେଖିବା ସହ ସେ ଉଠାଇ ରଖିଥିବା ଟଙ୍କା ସେଥିରେ ନଥିବାରୁ ଲୁଟ ହୋଇଥିବା ଜାଣି ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଜିତେନ୍ଦ୍ର ବଳଙ୍କ ଅଭିଯୋଗ କ୍ରମେ ତଦନ୍ତ ଆରମ୍ଭ କରି ଘଟଣାସ୍ଥଳରେ ଥିବା ସି ସି ଟିଭି ଫୁଟେଜ ଯାଞ୍ଚ କରୁଛି।
Follow Us