ଗୁଳି ଫୁଟାଇ ଆକ୍ସିସ୍‌ ବ୍ୟାଙ୍କରୁ ୧୪ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ୬ ଦୁର୍ବୃତ୍ତ, ଆକ୍ରମଣରେ ବ୍ୟାଙ୍କ ମ୍ୟାନେଜର ଆହତ

ଗୁଳି ଫୁଟାଇ ଆକ୍ସିସ୍‌ ବ୍ୟାଙ୍କରୁ ୧୪ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ୬ ଦୁର୍ବୃତ୍ତ, ଆକ୍ରମଣରେ ବ୍ୟାଙ୍କ ମ୍ୟାନେଜର ଆହତ

ଝାରସୁଗୁଡା: ଝାରସୁଗୁଡା ବେଲପାହାଡସ୍ଥିତ ଗୁମାଡେରାରେ ଥିବା ଆକ୍ସିସ୍‌ ବ୍ୟାଙ୍କରୁ ବୁଧବାର ଅପରାହ୍ନରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ୧୪ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

publive-image

ସୂଚନାଯୋଗ୍ୟ, ଆଜି ୬ଜଣ ଦୁର୍ବୃତ୍ତ ମୁଖାପିନ୍ଧି ଏକ ନମ୍ବର ବିହୀନ ସ୍କର୍ପିଓ ଗାଡ଼ିରେ ଆସିଥିଲେ। କେହି କିଛି ବୁଝିବା ପୂର୍ବରୁ ୬ଜଣ ଦୁର୍ବୃତ୍ତ ଆକ୍ସିସ୍‌ ବ୍ୟାଙ୍କ୍‌  ଭିତରେ ପଶି ଯାଇଥିଲେ। ଏବଂ ଗୁଳି ଫୁଟାଇ ସମସ୍ତଙ୍କୁ ଭୟଭୀତ କରି ଆଖି ସାମ୍ନାରେ ୧୪ଲକ୍ଷରୁ ଅଧିକ ଲୁଟିନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଦୁର୍ବୃତ୍ତଙ୍କ ମାଡରେ ଆକ୍ସିସ୍‌ ବ୍ୟାଙ୍କ ମ୍ୟାନେଜର ଆହତ ହୋଇଥିବା ଜଣାପଡ଼ିଛି।  ଏଥିସହିତ ବ୍ୟାଙ୍କରେ ଥିବା ୩ଜଣ ଗ୍ରାହକଙ୍କ ମୋବାଇଲ୍‌କୁ ଦୁର୍ବୃତ୍ତ ଭାଙ୍ଗି ପକାଇଥିବା କୁହାଯାଉଛି।

ଏହି ଲୁଟ ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଏସ୍‌ପି ଅଶ୍ୱିନୀ ମହାନ୍ତି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବ୍ୟାଙ୍କ ଲୁଟ କରିଥିବା ୬ଜଣ ଦୁର୍ବୃତ୍ତ ହନ୍ଦୀ ଭାଷାରେ କଥା ହେଉଥିବା ଜଣାପଡ଼ିଛି। ବେଲପାହାଡରୁ ଯାଉଥିବା ସବୁ ରାସ୍ତାରେ ନକାବନ୍ଦୀ କରାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବ୍ୟାଙ୍କ ଲୁଟ କରିଥିବା ୬ଜଣ ଦୁର୍ବୃତ୍ତ ହନ୍ଦୀ ଭାଷାରେ କଥା ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe