ଘରୋଇ ବ୍ୟାଙ୍କ କର୍ମଚାରୀଙ୍କୁ ଧକ୍କା ମାରି ନେଇଗଲେ ୩୦ ହଜାର ଟଙ୍କା

Advertisment
ବଙ୍ଗୋମୁଣ୍ଡା ଅଞ୍ଚଳରେ କଳା ପଲସର ଗ୍ୟାଙ୍ଗ୍‌ ସକ୍ରିୟ, ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଯଶୁଆପୁର ନିକଟରେ ଏକ ଘରୋଇ ଅର୍ଥଲଗାଣକାରୀ ବ୍ୟାଙ୍କର ଜଣେ ଯୁବତୀଙ୍କୁ ତଣ୍ଟିଆ ମାରି ଦୁଇଜଣ ଯୁବକ ତାଙ୍କ ନିକଟରୁ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏସଂପର୍କରେ ସୁମିତ୍ରା ଆଜି ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲା। ହେଲେ ରିପୋର୍ଟ ଲେଖା ହେବା ବେଳକୁ ପୁଲିସ ଲୁଟେରାଙ୍କ ସଂପର୍କରେ କୌଣସି ଟେର ପାଇ ନାହିଁ। ସୂଚନା ମୁତାବକ ଆଜି ଦିନ ୧୧ଟା ସମୟରେ ବାଳକାଟିସ୍ଥିତ ବନ୍ଧନ ନାମକ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟରତ ସୁମିତ୍ରା ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ଏବଂ ବଇଁଚୁଆ ଅଞ୍ଚଳରେ ଥିବା ମହିଳାମଣ୍ଡଳ ଗୋଷ୍ଠୀଙ୍କ ଠାରୁ ଋଣଟଙ୍କା ସଂଗ୍ରହ କରି ଯଶୁଆପୁର ନିଛାଟିଆ ରାସ୍ତା ଦେଇ ଏକୁଟିଆ ସ୍କୁଟିରେ ଘରକୁ ଫେରୁଥିଲେ। ହେଲେ ପଛରୁ ଦୁଇଜଣ ଦୁର୍ବୃତ୍ତ ସୁମିତ୍ରାଙ୍କୁ ପିଛାକରି ତାଙ୍କ ସ୍କୁଟି ଆଗରେ ବାଇକ ରଖି ରାସ୍ତା ଅବରୋଧ କରିଥିଲେ।

ଆଉ ସୁମିତା ସେଠାରେ ଅଟକିବା କ୍ଷଣି ଧକ୍କାମାରି ତାଙ୍କ କାନ୍ଧରେ ଥିବା ୩୦ ହଜାର ଟଙ୍କା ଭର୍ତ୍ତି ବ୍ୟାଗ ଛଡ଼ାଇ ନେଇ ଟଙ୍କପାଣି ବ୍ରିଜ ରାସ୍ତାରେ ଦ୍ରୁତବେଗରେ ପଳାଇଥିଲେ। ଗତ ସପ୍ତାହର ଅନୁରୂପ ଭାବେ ଉକ୍ତ ବ୍ୟାଙ୍କର ଅନ୍ୟ ଜଣେ କର୍ମଚାରୀଙ୍କୁ ମାଡ଼ମାରି ଦୁର୍ବୃତ୍ତମାନେ ୭୩ ହଜାର ଟଙ୍କା ଭର୍ତ୍ତି ବ୍ୟାଗ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଥିଲା। ଏହି ଲୁଟ ଘଟଣାରେ ଫାଣ୍ଡି ପୁଲିସ ଥାନାରେ ଏକ ମାମଲା ରୁଜୁ କରିଥିଲା। ହେଲେ ଏଯାଏ ସଂପୃକ୍ତ ଲୁଟେରାକୁ ଗିରଫ କରିପାରି ନାହିଁ। ଉପରୋକ୍ତ ରାସ୍ତାରେ ପିସିଆର ଗାଡ଼ି ପାଟ୍ରୋଲିଂ କରୁ ନଥିବାରୁ ଲୁଟ ବଢ଼ୁଥିବା ଅଭିଯୋଗ ହେଉଛି। ଥାନା ଅଧିକାରୀ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe