Sambad
ରାଉରକେଲା: ରେଲୱେ କଲୋନି ଛୋଟା ପାର୍କ ନିକଟରେ ଫାଇନାନ୍ସ କର୍ମଚାରୀଙ୍କଠୁ ଲୁଟ୍ ହୋଇଛି। ଦୁଇ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଭାରତ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୩୯ ହଜାର ୯୧୦ ଟଙ୍କା ଲୁଟି ନେଇଛନ୍ତି। କର୍ମଚାରୀ ବେଦବ୍ୟାସ ସାହୁଙ୍କ ଲିଖିତ ଏତଲା ଆଧାରରେ ପ୍ଲାଣ୍ଟସାଇଟ୍ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଛେଣ୍ଡ କଲୋନି ,ଫର୍ଟିଲାଇଜର ଟାଉନସିପ୍ରେ ‘ଭାରତ ଫାଇନାନ୍ସ’ର ୩/୪ଟି ଅଫିସ୍ ରହିଛି।
ଝାରସୁଗୁଡା କୋଲାବିରାର ବେଦବ୍ୟାସ ସାହୁ କଲେକ୍ସନ ଏଜେଣ୍ଟ ଭାବେ କାମ କରନ୍ତି। ପ୍ରତିଦିନ ପରି ଆଜି ଅପରାହ୍ନରେ ବେଦବ୍ୟାସ ତା’ର ଜଣେ ସହଯୋଗୀଙ୍କ ସହ ମୋଟର ବାଇକ୍ରେ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ରାଉରକେଲା ଆଡକୁ ଆସୁଥିଲେ। ରେଲୱେ କଲୋନି ଛୋଟା ପାର୍କ ନିକଟରେ ଦୁଇ ଦୁର୍ବୃତ୍ତ ବେଦବ୍ୟାସଙ୍କ ମୋଟରବାଇକ୍ଙ୍କୁ ଅଟକାଇଥିଲେ। ବେଦବ୍ୟାସ ମୋଟରବାଇକ୍ରୁ ଓହ୍ଲାଇବା ପରେ ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗ୍ ମାଗିଥିଲେ। ଜୀବନ ବଞ୍ଚାଇବା ଭୟରେ ବେଦବ୍ୟାସ ଟଙ୍କା ଭର୍ତ୍ତି ବ୍ୟାଗ୍ଟିକୁ ଦେଇଦେବା ପରେ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ।
Follow Us