ମାଉଜର୍‌ ଦେଖାଇ ଲୁଟିନେଲେ, କିନ୍ତୁ ବ୍ୟାଗରୁ ଟଙ୍କା ବଦଳରେ ମିଳିଲା କେବଳ କାଗଜପତ୍ର

ଝାରସୁଗୁଡ଼ା: ଜାତୀୟ ରାଜପଥରେ ପୁଣି ଲୁଟ୍‌ ଅଭିଯୋଗ

Sambad

ଶେରଗଡ଼: ଗଞ୍ଜାମରେ ‌ପୁଣି ଆରମ୍ଭ ହୋଇଛି ମାଉଜରଧାରୀ ଲୁଟେରାଙ୍କ ଦୌରାତ୍ମ୍ୟ। ଆଜି ସନ୍ଧ୍ୟାରେ ଶେରଗଡ଼ ଥାନା ଧନନ୍ତର-ଡ଼େଙ୍ଗାପଦର ରାସ୍ତାରେ ମାଉଜର୍‌ ଦେଖାଇ ଜଣେ ସମବାୟ ସମିତି ସମ୍ପାଦକଙ୍କ ଠାରୁ ବ୍ୟାଗ୍‌ ଝାମ୍ପି ନେଇଛନ୍ତି । ହେଲେ ଲୁଟେରା ଲୁଟି ନେଇଥିବା ବ୍ୟାଗ୍‌ରେ ଟଙ୍କା ନଥିବା ଜଣାପଡ଼ିଛି। ଏହି ବ୍ୟାଗ୍‌ରେ କେବଳ କିଛି ସରକାରୀ କାଗଜପତ୍ର ଥିବା ସମ୍ପାଦକଙ୍କ ଠାରୁ ଜଣାପଡ଼ିଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଲୁଟେରାଙ୍କ ପିଛା କରିଛି ।
ସୂଚନା ପ୍ରକାରେ ଆଜି ସନ୍ଧ୍ୟାରେ ଡ଼େଙ୍ଗାପଦର ସେବା ସମବାୟ ସମିତି ସମ୍ପାଦକ ନବଘନ ଗୌଡ଼ ଶେରଗଡ଼ ସ୍ଥିତ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଶାଖାରୁ ନିଜ କାମ ସାରି ଘରକୁ ଫେରୁଥିଲେ।  ଧନନ୍ତର- ଡେଙ୍ଗାପଦର ରାସ୍ତା ମଧ୍ୟରେ ତିନି ଜଣ ଯୁବକ ଏକ ପଲସର ବାଇକ୍‌ରେ ପିଛା କରି ଅଟକାଇବା ସହ ନବଘନଙ୍କ ଛାତିରେ ମାଉଜର ଲଗାଇ ଟଣାଓଟରା କରିବା ସହ ଧରିଥିବା ବ୍ୟାଗଟିକୁ ଛଡ଼ାଇ ନେଇ ଦ୍ରୁତଗତିରେ ପଳାଇ ଯାଇଥିଲେ। ତେବେ ବ୍ୟାଗରେ କୌଣସି ଟଙ୍କା ନଥିବା ବେଳେ ସେବା ସମବାୟ ସମିତିର କିଛି ରସିଦ ବହି, ଖାତା ଏବଂ ରେକର୍ଡ ଥିବା ଜଣାପଡିଛି । ଏ ନେଇ ନବଘନ ଶେରଗଡ଼ ଥାନାରେ ଅଭିଯୋଗ କରିବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe