ଚା’ରେ ନିଶା ଦେଇ ରେଳଯାତ୍ରୀଙ୍କଠୁ ଲୁଟ୍‌, ଗୁରୁତର ଯାତ୍ରୀ ରାଞ୍ଚି ରିମ୍‌ସରେ ଭର୍ତ୍ତି

Advertisment
ବନ୍ଧୁକ ଦେଖାଇ ପୁଲିସଠାରୁ ଲୁଟି ନେଲେ ଦଶ ଲକ୍ଷ

ରାଉରକେଲା: ଟ୍ରେନ୍‌ରେ ଘରକୁ ଫେରୁଥିବା ଜଣେ ଦିନ ମଜୁରିଆ ଲୁଟ୍‌ର ଶିକାର ହୋଇଛନ୍ତି। ଅଜଣା ଯୁବକ ଜଣକ ଚା’ରେ ନିଶା ଦେଇ ଦିନ ମଜୁରିଆଙ୍କ ଠାରୁ ନଗଦ ୩୦ ହଜାର ଟଙ୍କା ଓ ମୋବାଇଲ୍‌ ଲୁଟ୍‌ କରି ନେଇିଥବା ବନ୍ଧମୁଣ୍ଡା ରେଳବାଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଟ୍ରେନ୍‌ରେ ସୁରକ୍ଷା ବ୍ୟବସ୍ଥା କଡାକଡି ଥିବା ସତ୍ବେ ଯାତ୍ରୀଙ୍କୁ କିପରି ନିଶା ଦିଆଯାଇ ଲୁଟ୍‌ କରାଗଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ ରାଞ୍ଚି ସୁବାସ ନାୟକ ରାଉରକେଲାରେ ଦିନ ମଜୁରିଆ ଭାବେ କାମ କରୁଥିଲେ।

ଗତ ଜାନୁଆରି ୪ରେ ରାଉରକେଲା-ହଟିଆ ପାସେଞ୍ଜର ଟ୍ରେନ୍‌ରେ ଘରକୁ ଫେରୁଥିଲେ। ବନ୍ଧମୁଣ୍ଡା ଷ୍ଟେସନ ପୂର୍ବରୁ ପାଖରେ ବସିଥିବା ଜଣେ ଅଜଣା ଯୁବକ ସୁବାସଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ପରେ ‌ଟ୍ରେନ୍‌ରେ ଦୁଇ କପ୍‌ ଚା’ କିଣିଥିଲେ। ଗୋଟିଏ କପ୍‌ ଚା’ ନିଜେ ପିଇଥିଲେ। ଅନ୍ୟ କପ୍‌ ଚା’ ସୁବାସକୁ ପିଇବାକୁ ଦେଇଥିଲେ। ଚା’ ପିଇବାର କିଛି ସମୟ ପରେ ସୁବାସ ବେହୋସ୍‌ ହୋଇ ସିଟ୍‌ରେ ଶୋଇ ପଡିଥିଲେ। ଏହାର ସୁଯୋଗ ନେଇ ଅଜଣା ଯୁବକ ଜଣକ ତାଙ୍କ ବ୍ୟାଗ୍‌ରୁ ନଗଦ ୩୦ ହଜାର ଟଙ୍କା ଓ ମୋବାଇଲ୍‌ ଲୁଟ୍‌ କରି ଚମ୍ପଟ ମାରିଥିଲେ। ଆର୍‌ପିଏଫ୍‌ ଯବାନ ଗୁରୁତର ଅବସ୍ଥାରେ ସୁବାସଙ୍କୁ ଟ୍ରେନ୍‌ରୁ ଉଦ୍ଧାର କରି ରାଞ୍ଚି ସ୍ଥିତ ରିମ୍‌ସରେ ଭର୍ତ୍ତି କରିଥିଲେ। ପରିବାର ରାଞ୍ଚି ରେଳବାଇ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଘଟଣା ବନ୍ଧମୁଣ୍ଡାରେ ଘଟିଥିବାରୁ ରାଞ୍ଚି ରେଳବାଇ ପୁଲିସ ମାମଲାକୁଟିକୁ ବନ୍ଧମୁଣ୍ଡାକୁ ସ୍ଥାନାନ୍ତର କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe