ବିଶ୍ବାସରେ ବିଷ: ନିଜ କର୍ମଚାରୀଙ୍କ ଜରିଆରେ କାଜୁ ମିଲ୍ ମାଲିକ ସାଢ଼େ ୨ଲକ୍ଷ ଟଙ୍କାର ଲୁଟ୍ ଲୁଟର ଶିକାର

Advertisment

ଜଗୁଆଳି, ପିକ୍ଅପ୍ ଚାଳକ ସହ ଆଉ ଜଣେ ଗିରଫ

ଜଗୁଆଳି, ପିକ୍ଅପ୍ ଚାଳକ ସହ ଆଉ ଜଣେ ଗିରଫ

ବିଶ୍ବାସରେ ବିଷ: ନିଜ କର୍ମଚାରୀଙ୍କ ଜରିଆରେ କାଜୁ ମିଲ୍ ମାଲିକ ସାଢ଼େ ୨ଲକ୍ଷ ଟଙ୍କାର ଲୁଟ୍ ଲୁଟର ଶିକାର

ଜୟପୁର: ବିଶ୍ବାସରେ ବିଷ। ନିଜ ନିକଟରେ କାମ କରୁଥିବା କର୍ମଚାରୀମାନେ ନିଜ ମାଲିକଙ୍କ ବିରୋଧରେ ଟଙ୍କା ଲୁଟ୍ ଭଳି ଷଡ଼ଯନ୍ତ୍ର ରଚିବେ ଏହା ବିଶ୍ବାସଯୋଗ୍ୟ ନ ହେଲେ ବି ଏଭଳି ଘଟଣା ଘଟିଛି। ଗତ ୨୦ତାରିଖ ଦିନ ରଣ୍ଡାପାଲ୍ଲୀ ଛକରୁ କେବିଡି ରାସ୍ତାରେ ଡାଙ୍ଗରା-ଦୋରାଗୁଡା ମଝିରେ ଏହି ଲୁଟ୍ ସଂଘଟିତ ହୋଇଥିଲା।

ଲୁଟର ଶିକାର ହୋଇଥିଲେ ବୋରିଗୁମ୍ମା ଥାନା ଅର୍ନ୍ତଗତ ଗୁଜୁନିଗୁଡାଠାରେ ଥିବା କାଜୁ ମିଲ ମାଲିକ ପି.ଭେଙ୍କଟ ରାଓ। ସେ ପ୍ରତି ଦିନ ଭଳି ଏହି ରାସ୍ତା ଦେଇ ନିଜ କାଜୁ ମିଲକୁ ଆସୁଥିଲେ। କାଜୁ ମିଲରେ କାମ କରୁଥିବା ମହିଳା ଓ ପୁରୁଷ ଶ୍ରମିକମାନଙ୍କର ମଜୁରୀ ଦେବା ପାଇଁ ସେ ସାଢ଼େ ୨ଲକ୍ଷ ଟଙ୍କା ଧରି ସ୍କୁଟିରେ ଆଣୁଥିଲେ। କେବିଡି ରାସ୍ତାରେ ଡାଙ୍ଗରା-ଦୋରାଗୁଡା ମଝିରେ ଅଚାନକ ଭାବେ ଗୋଟିଏ ବ୍ଲୁ କଲର ପଲସରରେ ୩ଜଣ ଦୁର୍ବତ୍ତ ଆସି ତାଙ୍କୁ ଖଣ୍ଡା , କାତି ଆଦି ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ତାଙ୍କ ନିକଟରେ ଥିବା ଟଙ୍କା ବ୍ୟାଗକୁ ଛଡାଇ ନେଇ ଘଟଣାସ୍ଥଳରୁ ଦ୍ରୁତଗତିରେ ଚାଳି ଯାଇଥିଲେ।

ଏ ନେଇ ଭେଙ୍କଟରାଓ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ। ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ, ଥାନା ଆଇଆଇସି ସଂଜୟ କୁମାର ମଣ୍ଡଳ ପ୍ରମୁଖ ବିଭିନ୍ନ ଟିମ୍ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସଂଦେହରେ କାଜୁ ମିଲର ଜଗୁଆଳି ଜଗବନ୍ଧୁ ହରିଜନ ଓ ପିକ-ଅପ୍ ଭ୍ୟାନର ଚାଳକ କୁମ ମୁଦୁଲିଙ୍କୁ ଧରି ଥାନାକୁ ଆଣି ପଚାରାଉଚାରା କରିବା ପରେ ଲୁଟର ବ୍ଲୁ ପ୍ରିଣ୍ଟ ବାହାରକୁ ବାହାରିଥିଲା।

publive-image

ଦୁର୍ବତ୍ତମାନଙ୍କ ସହ ଜଗୁଆଳି ଓ ଚାଳକ ମିଶିଥିବା ସ୍ପଷ୍ଟ ହୋଇଥିଲା। ମାଲିକ ଭେଙ୍କଟ ରାଓ କେଉଁ ଦିନ ଟଙ୍କା ଧରି ଆସନ୍ତି ସେ ନେଇ ଏହି ଦୁହେଁ ଦୁର୍ବତ୍ତମାନଙ୍କୁ ସୂଚନା ଦେଇଥିଲେ। ଘଟଣାଦିନ ଚାଳକ ଓ ଜଗୁଆଳି ଦୁର୍ବତ୍ତମାନଙ୍କୁ ରଣ୍ଡାପାଲ୍ଲୀ ଛକରେ ରହି ମାଲିକ ଯିବା ସମୟର ସୂଚନା ଦେଇଥିବା ସ୍ବୀକାର କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ହରେକୃଷ୍ଣ ମାଝୀଓ ଆଇଆଇସି ସଂଜୟ ମଣ୍ଡଳ ସୂଚନା ଦେଇଛନ୍ତି।

ପୁଲିସ ଏହି ମାମଲାରେ ସନ୍ତୋଷପୁରର ସାଜିମ୍ ଗଣ୍ଡା ନାମକ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ବି ଗିରଫ କରିଛି। ପୁଲିସ ଏହି ମାମଲାରେ ଚାଳକ କୁମ ମୁଦୁଲି, ଜଗୁଆଳୀ ଜଗବନ୍ଧୁଙ୍କୁ ଗିରଫ କରିଛି। ଏହି ତିନି ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୩୦ହଜାର ଟଙ୍କା ଓ ୩ଟି ମୋବାଇଲ୍ ଜବତ କରିଛି।

ଗିରଫ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଳାଣ କରାଯାଇଛି। ଏହି ମାମଲାରେ ସଂପୃକ୍ତ ଥିବା ଅନ୍ୟ ୨ ଅଭିଯୁକ୍ତ ଫେରାର ରହିଛନ୍ତି। ତେବେ ସେମାନଙ୍କୁ ଶୀଘ୍ର ଧରାଯିବ ବୋଲି ଥାନା ଆଇଆଇସି ସଂଜୟ ମଣ୍ଡଳ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe