ମହିଳାଙ୍କ ଘରୁ ଟଙ୍କା, ସୁନାଗହଣା ଚୋରି

ସପ୍ତାହରେ ୪୬ ଚୋରି ଓ ୧୨ ଛିନ୍‌ତାଇ, ସୁଯୋଗ ଦେଉଛି ସହଜ ଜାମିନ

Times of India

ଧର୍ମଶାଳା : ଧର୍ମଶାଳା ଥାନା ଚହଟା(ମୁସ୍ତଫାନଗର) ଗ୍ରାମର ଆଇନଜୀବୀ ସ୍ବର୍ଗତ ମହମ୍ମଦ ନିୟାଜ୍ ହବିବ୍‌ଙ୍କ ପତ୍ନୀ ସବିନା ଖାତୁନ୍‌ଙ୍କ ଘରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି ହୋଇଛି। ଏସଂପର୍କରେ ତାଙ୍କ ଦିଅର ଡ. ମହମ୍ମଦ ମୁସ୍ତାକ୍ ହବିବ୍ ଆଜି ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଚୋର କିମ୍ବା ଚୋରି ଅଳଙ୍କାର ସଂପର୍କରେ କୌଣସି ସୁରାକ୍ ମିଳିନାହିଁ। ପ୍ରକାଶ ଯେ, ସବିନା ଘରେ ନଥିବାରୁ ଚୋରମାନେ ଗତକାଲି ରାତି ୧ଟା ପରେ ପାଚେରି ଡେଇଁ କବାଟ ତାଡ଼ି ତାଙ୍କ ଶୋଇବା ଘରେ ପଶିଥିଲେ। ଏହି କୋଠରିରେ ଥିବା ଷ୍ଟିଲ୍ ଆଲମିରା ତାଲା ଭାଙ୍ଗି ସେଥିରେ ଥିବା ୨ଟି ସୁନା ହାର, ହଳେ କାନଫୁଲ, ୨୦ ହଜାର ଟଙ୍କା ଆଦି ଲୁଟି ନେଇଥିଲେ। ଘରେ ଥିବା ବିଭିନ୍ନ ସାମଗ୍ରୀ ଫିଙ୍ଗା ଫୋପଡ଼ା କରିଥିଲେ। ଆଜି ସକାଳେ ଏହା ଜଣାପଡ଼ିଥିଲା। ଅଭିଯୋଗ ପାଇ ପୁଲିସ୍‌ ୬୮୩/୨୩ରେ ମାମଲା ରୁଜୁ କରି ତଦନ୍ତ କରୁଛି। ଆସନ୍ତାକାଲି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଅନୁସନ୍ଧାନ କରାଯିବ ବୋଲି ଆଇଆଇସି ତପନ କୁମାର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe