କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ପୁଣି କଳା ପଲ୍ସର୍ ଲୁଟେରା ଗ୍ୟାଙ୍ଗ୍ ସକ୍ରିୟ ହୋଇ ପଡ଼ିଛନ୍ତି। ଗୁରୁବାର ବଙ୍ଗୋମୁଣ୍ଡା- କଣ୍ଟାବାଞ୍ଜି ୪୨ନମ୍ବର ରାଜ୍ୟ ରାଜପଥର ତାରିଣୀ ମନ୍ଦିର ନିକଟ ବୁଲାଣିଠାରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଏହି ଲୁଟେରା ଦଳ। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭେକ୍ଟର ଫାଇନାନ୍ସ କମ୍ପାନିର ସିଂଧେକେଲା ଶାଖା ପରିଚାଳକ ଲୋଚନ ଦାସ ୧ଲକ୍ଷ ୧୨ହଜାର ଟଙ୍କା କଣ୍ଟାବାଞ୍ଜି ଆକ୍ସିସ ବ୍ୟାଙ୍କକୁ ଜମା କରିବାକୁ ଯାଇଥିଲେ। କିନ୍ତୁ ବ୍ୟାଙ୍କରେ ଟଙ୍କା ଜମା ନନେବାରୁ ଟଙ୍କା ଧରି ସିଂଧେକେଲା ଫେରୁଥିଲେ। ତାରିଣୀ ମନ୍ଦିର ନିକଟ ବୁଲାଣିଠାରେ ଏକ କଳା ପଲ୍ସର୍ରେ ଦୁଇଜଣ ପଛପଟୁ ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଟଙ୍କାତକ ଲୁଟି ନେଇଥିଲେ। ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ଗତ କିଛିଦିନ ହେଲା ଏ ଅଞ୍ଚଳରେ ଅପରାଧୀମାନେ ସକ୍ରିୟ ହୋଇ ପଡ଼ିଛନ୍ତି। ଗତ ୧୧ତାରିଖ ଦିନ ବ୍ୟବସାୟୀଙ୍କ ପତ୍ନୀଙ୍କୁ ଘରେ ପଶି ହତ୍ୟା କରିଥିଲେ। ଗତ ୩ଦିନ ତଳେ ବାଇକ୍ ଡିକି ଭାଙ୍ଗି ଜଣେ ବ୍ୟକ୍ତିଙ୍କ ଠାରୁ ୫୫ହଜାର ଲୁଟି ନେଇଥିଲେ। ବର୍ତ୍ତମାନ ପଯ୍ୟନ୍ତ ଏସବୁ ଘଟଣାରେ ପୁଲିସର ହାତ ଖାଲି ରହିଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us