ମଙ୍ଗଳାବାଗ ଅଞ୍ଚଳରୁ ବୃଦ୍ଧାଙ୍କ ଠାରୁ ଦୁର୍ବୃତ୍ତ ଝାମ୍ପି ନେଲେ ୫୦ହଜାର ଟଙ୍କା

Advertisment
ମହିଳାଙ୍କ ଠାରୁ ଝାମ୍ପିନେଲେ ୯୪ ହଜାର, ଖସିଯିବା ବେଳେ ଗଳିପଡ଼ିଲା ବନ୍ଧୁକ

Nai Duniya

କଟକ: କଟକ ମଙ୍ଗଳାବାଗ ଅଞ୍ଚଳରୁ ବୁଧବାର ଜଣେ ବୃଦ୍ଧାଙ୍କ ଠାରୁ ଦୁର୍ବୃତ୍ତ ୫୦ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଲୁଟର ଶିକାର ହୋଇଥିବା ବୃଦ୍ଧାଙ୍କ ନାମ ମଞ୍ଜୁ ଦେଇ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବଡମେଡିକାଲର ଅବସରପ୍ରାପ୍ତ କର୍ମଚାରୀ  ମଞ୍ଜୁ ଦେଇ ଆଜି ସକାଳେ ଏସ୍‌ସିବି ମେଡିକାଲ ନିକଟ ଏସବିଆଇ ଶାଖାରୁ ଟଙ୍କା ଉଠାଇଥିଲେ। ଏହାପରେ ନିକଟସ୍ଥ ଏକ ଫଳ ଦୋକାନରୁ କିଛି ଫଳ କିଣୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସିଥିଲେ। କେହି କିଛି ବୁଝିବା ପୂର୍ବରୁ ମଞ୍ଜୁ ଦେଇ ଧରିଥିବା ୫୦ହଜାର ଟଙ୍କା ଭର୍ତ୍ତି ମୁଣିକୁ ଦୁର୍ବୃତ୍ତ ଝାମ୍ପି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଲୁଟର ଶିକାର ହେବା ପରେ ବୃଦ୍ଧା ମଞ୍ଜୁ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତଙ୍କ ପରିଚୟ ଜାଣିବା ପାଇଁ ପୁଲିସ ଚେଷ୍ଟା ଚଳାଇବା ସହ ଆଖପାଖର ସିସିଟିଭ ଫୁଟେଜ ଯାଞ୍ଚ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe