ବଲାଙ୍ଗିର: ବଲାଙ୍ଗିରରେ ମଙ୍ଗଳବାର ଦୁର୍ବୃତ୍ତ ଦମ୍ପତ୍ତିଙ୍କଠାରୁ ୮୦ହଜାର ଟଙ୍କା ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଦମ୍ପତ୍ତି ଟଙ୍କା ଉଠାଇବାକୁ ୟୁକୋ ବ୍ୟାଙ୍କ ଯାଇଥିଲେ। ୟୁକୋ ବ୍ୟାଙ୍କରୁ ୮୦ହଜାର ଟଙ୍କା ନେଇ ଫେରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଦମ୍ପତ୍ତିଙ୍କ ଠାରୁ ଟଙ୍କା ଝାମ୍ପି ନେଇ ଚମ୍ପଟ ମାରିଥିଲେ। ଏ ଘଟଣା ସମ୍ପର୍କରେ ପୁଲିସକୁ ଦମ୍ପତ୍ତି ଖବର ଦେଇଥିଲେ। ପୁଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି।
ଟଙ୍କା ଉଠାଇ ଫେରୁଥିବା ସମୟରେ ଦମ୍ପତ୍ତିଙ୍କଠାରୁ ୮୦ହଜାର ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ
Advertisment
Follow Us