କାଳବୈଶାଖୀରେ ଭାଙ୍ଗିଲା ଗଛ, ଦେଓଗାଁରେ ବ୍ୟାପକ କ୍ଷୟକ୍ଷତି

Advertisment
କାଳବୈଶାଖୀରେ ଭାଙ୍ଗିଲା ଗଛ, ଦେଓଗାଁରେ ବ୍ୟାପକ କ୍ଷୟକ୍ଷତି

Sambad

ଦେଓଗାଁ: ଶୁକ୍ରବାର ଅପରାହ୍ନରେ ଝଡ଼ ବାତ୍ୟା ହେବାରୁ କେନ୍ଦୁଝର ଜିଲ୍ଲା ଦେଓଗାଁ ବ୍ଳକ ଅଞ୍ଚଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେଉଁଠି ଘର ଉପରେ ବିଦ୍ୟୁତ ଖୁଣ୍ଟ ପଡିଛି ତ ପୁଣି କେଉଠି ରାସ୍ତା ଉପରେ ଟ୍ରାନ୍ସଫର୍ମର ପଡି ରହିଛି। ଏପରି କି ଏହି ଝଡ଼ ତୋଫାନ ହେତୁ ବଡ଼ ବଡ଼ ଗଛ ଉଫୁଡି ପଡ଼ିଥିବାରୁ ଦେଓଗାଁ-ସଇଁତଲା ଦେଇ ଯାଇଥିବା  ୨୬ ନମ୍ବର ଜାତୀୟ ରାଜପଥ  ଉପରେ ଦୀର୍ଘ ଘଣ୍ଟା ଧରି ଶହ ଶହ ଗାଡି ଅଟକି ରହିଥିଲା। ଦେଓଗାଁ ସଦର ପଞ୍ଚାୟତର ବିଭିନ୍ନ ପଡାରେ ଡ୍ରେନ ଉପରେ ପାଣି ବହିବା ଯୋଗୁଁ ଘରକୁ ବର୍ଷା ପାଣି ପଶିଥିବା ବେଳେ ସୋନଗଡ଼ ନଦୀର ବ୍ରିଜ ଉପରେ ପାଣି ଲହାଡ଼ା ମାରୁଥିବା ଦେଖା ଦେଇଥିଲା। ଦେଓଗାଁ ବଙ୍ଗଳା ଛକରେ ନୂତନ ଭାବେ ଲାଗିଥିବା ଷ୍ଟ୍ରିଟ ଲାଇଟ ଖୁଣ୍ଟ ଗୁଡିକ ବ୍ୟବହାର ହେବା ଆଗରୁ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।

publive-image Sambad

ସେହିପରି ବ୍ଳକର ଗୌଡ଼ଗୋଠ, ଉପରଝର ପଞ୍ଚାୟତର ବିଭିନ୍ନ ଗାଁରେ ପନିପରିବା ଚାଷ ନଷ୍ଟ ହୋଇଥିବା ବେଳେ କୁଲୁତାପଡା, ସିଙ୍ଗାଟିମାଲ ଗାଁରେ ଘର ଉପରେ ଗଛ ପଡିଥିବା ବେଳେ ମାଲ ପଡା ଗାଁରେ ଝଡ଼ ତୋଫାନ ଯୋଗୁଁ ଟ୍ରାନ୍ସଫର୍ମର ଉପୁଡି ପଡ଼ିଛି। ଯୁଦ୍ଧକାଳୀନ ଭିତ୍ତିରେ ଦେଓଗାଁ ଅଗ୍ନିଶମ ବାହିନୀ ବିଭିନ୍ନ ସ୍ଥାନକୁ ଯାଇ ରାସ୍ତା ଉପରେ ପଡିଥିବା ଗଛ ଗୁଡିକୁ କଟର ସାହାର୍ଯ୍ୟରେ କାଟି ହଟେଇ ରାସ୍ତା ସଫେଇ କରୁଛନ୍ତି। ଏହି ଝଡ଼ ତୋଫାନ ଯୋଗୁଁ ବିଭିନ୍ନ ଗାଁରେ ବିଦ୍ୟୁତ ସେବା ମଧ୍ୟ ଠପ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe