ଝଡ଼ବର୍ଷାରେ ବ୍ୟାପକ କ୍ଷତି: ଭାଙ୍ଗି ଯାଇଛି ବିଦ୍ୟୁତ୍‌ ଖୁଣ୍ଟ, ଜଳ ଯୋଗାଣ ଠପ୍

ଝଡ଼ବର୍ଷାରେ ବ୍ୟାପକ କ୍ଷତି: ଭାଙ୍ଗି ଯାଇଛି ବିଦ୍ୟୁତ୍‌ ଖୁଣ୍ଟ, ଜଳ ଯୋଗାଣ ଠପ୍

କୋମନା: ଝଡ଼ବର୍ଷାରେ ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳରେ ବ୍ୟାପକ କ୍ଷତି ହେବା ସହ ଦୁଇଦିନ ହେବ ଜଳ ଯୋଗାଣ ଠପ୍ ହେବା ଫଳରେ ପାଣି ପାଇ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରବିବାର ଅପରାହ୍‌ଣରେ ହୋଇଥିବା ଝଡ଼ବର୍ଷାରେ କୋମନା ବ୍ଲକ୍‌ର ରଜନା ଓ ଅଗ୍ରେନ ପଞ୍ଚାୟତ ସମେତ ଆଖପାଖ ରଘୁପାଲି, ଗୋଇଯୋର୍, ସୋଲବନ୍ଧରେ ଅନେକ ଲୋକଙ୍କ ଘର ଭାଙ୍ଗିଯାଇଛି।

ଗଛ ଭାଙ୍ଗିବା ସହ ରଘୁପାଲି ଗାଁକୁ ବସୁଧା ଯୋଜନାରେ ଏହି ଅଞ୍ଚଳକୁ ଜଳଯୋଗାଣ ହେଉଥିବା ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବା ସହ ତାର ଛିଣ୍ଡି ଟ୍ରାନ୍ସଫର୍ମର ସହ ଖମ୍ବ ଭାଙ୍ଗିଯାଇଛି। ବିଦ୍ୟୁତ୍‌ ନଥିବାରୁ ଦୁଇ ଦିନ ହେବ ବସୁଧା ଯୋଜନାର ଜଳଯୋଗାଣ ବନ୍ଦ ହୋଇଯାଇଛି। ଫଳରେ ଅଞ୍ଚଳବାସୀ ପାଣି ପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଦିଗରେ ପ୍ରଶାସନ ପଦକ୍ଷେପ ନେଇ ସମାଧାନ କରିବା ସହ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe