ସମସ୍ୟାରେ ବୁଡ଼ିଛି ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Advertisment
ସମସ୍ୟାରେ ବୁଡ଼ିଛି ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Sambad

ଗୋପାଳପୁର: ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବେ ସମସ୍ୟା ଘେରରେ ରହିଛି। ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ପାଇଁ ସୁଲଭ ଶୌଚାଳୟ, ପାନୀୟ ଜଳ ଓ ବିଶ୍ରାମ ଗୃହ ନାହିଁ। ଜେନେରେଟର ଅଚଳାବସ୍ଥାରେ ପଡିଛି। ଏଥିଯୋଗୁ ରୋଗୀସେବାରେ ଘୋର ଅସୁବିଧା ସୃଷ୍ଟି ହେଉଛି। ସେହିପରି ୧୦୮ ଆମ୍ବୁଲାନ୍ସ ରୋଗୀ ସେବା ପାଇଁ ୨୪ ଘଣ୍ଟା ନିୟୋଜିତ ରଖିବାର ନିୟମ ଥିବାବେଳେ ତାହା ଠିକ ସମୟରେ ପହଞ୍ଚି ପାରୁନାହିଁ। ବହୁ ସ୍ଥାନରେ ଆମ୍ବୁଲାନ୍ସ ଅଚଳାବସ୍ଥାରେ ଥିବା ଦେଖିବାକୁ ମିଳିଛି। ଡାକ୍ତରମାନଙ୍କ ପାଇଁ କ୍ବାର୍ଟର୍ସ ରହିଛି। ହେଲେ ଅଧିକାଂଶ ଡାକ୍ତର ଡାକ୍ତରଖାନା ପରିସରରେ ରହୁ ନ ଥିବା ଦେଖିବାକୁ ମିଳିଛି। ରୋଗୀକଲ୍ୟାଣ ସମିତି ଦ୍ବାରା ତିନୋଟି ବୋଲେରୋ ଗାଡ଼ି ପାଇଁ ମାସକୁ ଲକ୍ଷାଧିକ ଟଙ୍କାର ତେଲ ଖର୍ଚ୍ଚ ହେଉଥିବା ବେଳେ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟରେ ଏହାକୁ ଲଗାଉଥିବା ଅଭିଯୋଗ ଉଠିଛି। ଗତ ୧୫ ତାରିଖ ରୋଗୀ କଲ୍ୟାଣ କମିଟି ବୈଠକ ହୋଇଥିଲେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରି ପାରି ନ ଥିଲା।

ଏସବୁ ସମସ୍ୟାର ସମାଧାନ ପାଇଁ ରଘୁନାଥପୁର ଅଞ୍ଚଳର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରାଯାଇଛି। ସୂଚନା ଥାଉ କି, ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରେଢୁଆ, ଜୟପୁର, ଉତ୍ତରକୂଳ, ତରିକୁନ୍ଦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କଟକ- ପାରାଦୀପ ରାସ୍ତା ପାର୍ଶ୍ବରେ ଥିବ‌ାରୁ ଏଠାରେ ପ୍ରତିଦିନ ଦୁର୍ଘଟଣାଜନିତ ରୋଗୀ ଭର୍ତ୍ତି ହୋଇଥାନ୍ତି। ସେହିଭଳି ଏହି ଡାକ୍ତରଖାନାରେ କଟକ ସଦର, ନିଶ୍ଚିନ୍ତକୋଇଲି, ଗରଦପୁର , ତିର୍ତ୍ତୋଲ, ବିରିଡି, ଜଗତସିଂହପୁର ବ୍ଲକ ସମେତ ରଘୁନାଥପୁର ଅଞ୍ଚଳର ୨ଶହରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ପଞ୍ଜୀକରଣ ଖାତାରୁ ସୂଚନା ମିଳେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe