ମହାତ୍ମା ଲୁଇସ୍ ବ୍ରେଲିଙ୍କ ୨୧୨ତମ ଜୟନ୍ତୀ ପାଳିତ

Advertisment
ମହାତ୍ମା ଲୁଇସ୍ ବ୍ରେଲିଙ୍କ ୨୧୨ତମ ଜୟନ୍ତୀ ପାଳିତ

ଖୋର୍ଦ୍ଧା: ଦୃଷ୍ଟିହୀନଙ୍କ ପାଇଁ ଲିପି ଉଦ୍ଭାବନ କରି ବିଶ୍ୱର କୋଟି କୋଟି ଦୃଷ୍ଟିହୀନଙ୍କୁ ଶିକ୍ଷିତ କରିଥିବା ଲୁଇସବ୍ରେଲିଙ୍କ ୨୧୨ତମ ଜୟନ୍ତି ଆଜି ପାଳିତ ହୋଇଯାଇଛି । ଦୃଷ୍ଟିହୀନଙ୍କ ଦ୍ୱାରା ଗଠିତ ମିଲଟନ ଚାରିଟେବୁଲ୍ ଫାଉଣ୍ଡେସନ ଫର ଦି ଭିଜୁଆଲି ହାଣ୍ଡିକେପଡ ସଂସ୍ଥା ଦ୍ୱାରା ସ୍ଥାନୀୟ ସୂର୍ଯ୍ୟମୁଖୀ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାପତି ରଂଜନ କୁମାର ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ ।

ଉପଜିଲ୍ଲାପାଳ ସତ୍ୟ ରଂଜନ ସାହୁ ମୁଖ୍ୟ ଅତିଥୀ, ଓଲଟପୁର ସ୍ୱାମୀ ବିବେକାନନ୍ଦ ଇନଷ୍ଟିଚ୍ୟୁଟର ନିର୍ଦେଶକ ଏସ୍ପି ଦାସ ମୁଖ୍ୟବକ୍ତା, ଖୋର୍ଦ୍ଧା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରସନ୍ନ ମଲ୍ଲିକ, ବ୍ରହ୍ମପୁର ରାଧିକା ଚାରିଟେବୁଲ୍ ଟ୍ରଷ୍ଟର ରାମ୍ବୋଲା ଆଲଫ୍ରେଡୋ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ, କଲେଜ ଯାଉଥିବା ୯୦ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ କଟକର ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ରିହାବିଲିଟେସନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଓ କେନ୍ଦ୍ର ସରକାରଙ୍କ ଏଡିଆଇପି ଦ୍ୱାରା ସହାୟତା ଯନ୍ତ୍ର ବଣ୍ଟନ କରାଯାଇଥିଲା । ୨୫ଜଣ କଲେଜ ଯାଉଥିବା ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଅର୍ଥ ପ୍ରଦାନ କରାଯାଇଥିଲା । ୮ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଡିସିଏ ଓ ୮ଜଣଙ୍କୁ ସିସିଏ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଏମକେ ବିଶୋୟୀ, ଫାଉଣ୍ଡେସନର ସଦସ୍ୟ ତୁମ୍ବେଶ୍ୱର ଦଳାଇ, ଏସକେ ସାହୁ, ଏମ୍ ରେଣୁକେଶ୍ୱର ରାଓ, ଏସ୍ଏନ୍ ସୁବୁଦ୍ଧି, ରବୀନ୍ଦ୍ର ମଲିକ, ପୀତବାସ ମହାନ୍ତି, ଶଙ୍କର ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଫାଉଣ୍ଡେସନର ଉପସଭାପତି ସିଦ୍ଧାର୍ଥ ଶଙ୍କର ରାଉତ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe