ରାଉରକେଲା: ୩୨ବର୍ଷୀୟ ପ୍ରେମିକା ସହିତ ଟ୍ରେନ୍‌ ଆଗକୁ ଡେଇଁଲେ ୧୮ ବର୍ଷିୟ ଯୁବକ

Advertisment
ରାଉରକେଲା: ୩୨ବର୍ଷୀୟ ପ୍ରେମିକା ସହିତ ଟ୍ରେନ୍‌ ଆଗକୁ ଡେଇଁଲେ ୧୮ ବର୍ଷିୟ ଯୁବକ

ରାଉରକେଲା: ଆଜି ସକାଳେ ରାଉରକେଲା ପାନପୋଷ ବ୍ରିଜ୍‌ ରେଲେଓ୍ଵ ଟ୍ରାକ୍‌ରେ ଦୁଇଜଣ ପ୍ରେମିକାପ୍ରେମିକ ଏକ ମାଲଗାଡ଼ି ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଯୁବକଙ୍କ ବୟସ ୧୮ ବର୍ଷ ହୋଇଥିିବା ବେଳେ ତାଙ୍କ ସହିତ ଆତ୍ମହତ୍ୟା କରିଥିବା ମହିଳାଙ୍କ ବୟସ ପ୍ରାୟ ୩୨ ବର୍ଷ ହେବ ବୋଲି ପୁଲିସ ଆକଳନ କରୁଛି। ମୃତ ଯୁବକଙ୍କ ପରିଚୟ ମିଳିଥିବା ବେଳେ ମହିଳାଙ୍କ ପରିଚୟ ମିଳି ପାରି ନାହିଁ।
ରେଳବାଇ ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳେ ପାନପୋଷ ନିକଟରେ ଜଣେ ଯୁବକ ଓ ଜଣେ ମହିଳା ଚାଳଇ ଚାଳଇ ଯାଉଥିଲେ। ଏହି ସମୟରେ ସାମ୍‌ନା ପଟୁ ଆସୁଥିବା ଏକ ମାଲଗାଡ଼ିକୁ ଦେଖି ଉଭୟ ତା ଆଗକୁ ଡ଼େଇଁ ପଡ଼ିଥିଲେ। ତେବେ ତଦନ୍ତ ସମୟରେ ମୃତ ଯୁବକଙ୍କ ନିକଟରୁ ଏକ ଆଧାର ପରିଚୟ ପତ୍ର ମିଳିଛି। ସେଥିରେ ତାଙ୍କ ନାମ ଆଶିଷ ମହାତୋ ଓ ଜନ୍ମ ତାରିଖ ୨୦୦୦ ମସିହା ଫେବ୍ରୁଆରି ୧୦ ତାରିଖ ଉଲ୍ଲେଖ ରହିଛି। ମୃତ ଯୁବକଙ୍କ ଘର ପଶ୍ଚିମବଙ୍ଗରେ ବୋଲି ତଦନ୍ତରୁ ଜଣାପଡ଼ିଛି। ପୁଲିସ ସନ୍ଦେହ କରୁଛି ଯୁବକ ଜଣକଙ୍କର ସମ୍ପୃକ୍ତ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଉଭୟ ଉଭୟଙ୍କୁ ଭଲପାଉଥିଲେ। ତେଣୁ ସେମାନେ ପଶ୍ଚିମବଙ୍ଗରୁ ଲୁଚି ଓଡ଼ିଶା ଚାଲି ଆସିଥିଲେ। ମାତ୍ର ମହିଳାଙ୍କ ବୟସ ୩୦ ବର୍ଷ ଉପରେ ଥିବା ବେଳେ ଯୁବକଙ୍କ ବୟସ ୧୮ ବର୍ଷ। ତେଣୁ ସାମାଜିକ ଭୟ ଓ ଅନ୍ୟାନ୍ୟ କାରଣରୁ ଏହି ପ୍ରେମିଯୁଗଳ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ କହିଛି। ପୁଲିସ ସେମାନଙ୍କ ମୃତଦେହ ନିକଟରୁ ଏକ ବ୍ୟାଗ୍‌ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe