ପ୍ରେମିକା ପାଇଁ ବାବା ସାଜିଲେ ପ୍ରେମିକ, ପ୍ରେମିକା କଥା ବୁଝିବାକୁ ଯାଇଥିବାବେଳେ ଲୋକଙ୍କ ହାବୁଡ଼ରେ ପଡିଲେ ନକଲି ବାବା

Advertisment
ପ୍ରେମିକା ପାଇଁ ବାବା ସାଜିଲେ ପ୍ରେମିକ, ପ୍ରେମିକା କଥା ବୁଝିବାକୁ ଯାଇଥିବାବେଳେ ଲୋକଙ୍କ ହାବୁଡ଼ରେ ପଡିଲେ ନକଲି ବାବା

ଯାଜପୁର ରୋଡ : କେମିତି ଅଛି ପ୍ରେମିକା, ସେକଥା ବୁଝିବାକୁ ତା ଘରେ ପହଂଚିଗଲେ ପ୍ରେମିକ | ତେବେ ପ୍ରେମିକା ଘରେ ପହଂଚିବାକୁ ପ୍ରେମିକ ବାବା ବେଶରେ ସଜ୍ଜିତ ହୋଇଯାଇଥିଲେ | ଆଉ ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସି ପ୍ରେମିକ ହଟହଟା ହୋଇଛନ୍ତି । ଯାଜପୁର ରୋଡ଼ ଥାନା ଫେରୋକ୍ରୋମ ଗେଟ୍ କଲୋନୀ ନିକଟରେ ଏଭଳି ଏକ ଘଟଣା ଘଟିଛି ।

ଯୁବକଙ୍କୁ ପିଲା ଚୋର ସନ୍ଦେହରେ ସ୍ଥାନୀୟ ଲୋକ କାବୁ କରିବା ପରେ ପ୍ରକୃତ କଥା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ସ୍କୁଲରେ ଛାତ୍ର ଜଣକ ଯୁକ୍ତ ଦୁଇ ରେ ପାଠ ପଢ଼ନ୍ତି | ତେବେ ପ୍ରେମିକାଙ୍କ ପରିବାର ଲୋକ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ବୀକାର କରୁନଥିବାରୁ ଏଭଳି ଅଭିନୟ କରି ପ୍ରେମିକାଙ୍କ ଘରକୁ ଯାଉଥିଲେ।

ଆଉ ଅପରିଚିତ ଯୁବକଙ୍କୁ ବାବା ବେଶରେ ଦେଖି ସ୍ଥାନୀୟ ଲୋକ ପିଲା ଚୋର ବୋଲି ସନ୍ଦେହ କରିଥିଲେ। ପରେ ନକଲି ବାବାଙ୍କୁ ଧରି ସ୍ଥାନୀୟ ଲୋକ ପୁଲିସର ଜିମା ଦେଇଛନ୍ତି । ଯୁବକ ଜଣକ ଏବେ ଥାନାରେ ଅଟକ ଥିବାବେଳେ ତାଙ୍କ ଘର ଅନୁଗୁଳ ଅଞ୍ଚଳରେ ବୋଲି ଜଣାପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe