ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ପୁଣି ଦୁର୍ନୀତି ଅଭିଯୋଗ, ଜାଲ କାଗଜପତ୍ର କରି ଏକ କୋଟିରୁ ଅଧିକ ଟଙ୍କା ହଡ଼ପ ଯୋଜନା!

Advertisment
ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ପୁଣି ଦୁର୍ନୀତି ଅଭିଯୋଗ, ଜାଲ କାଗଜପତ୍ର କରି ଏକ କୋଟିରୁ ଅଧିକ ଟଙ୍କା ହଡ଼ପ ଯୋଜନା!

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲୋୟରଇନ୍ଦ୍ର ଜଳସେଚନ  ପ୍ରକଳ୍ପ ଆଜିକୁ ୨୦ ବର୍ଷ ହେବ କାମ ଶେଷ ହୋଇନାହିଁ କି ବିସ୍ଥାପିତଙ୍କ ସମସ୍ୟା ସମାଧାନ ହେଉନାହିଁ। ଏଭଳି ସ୍ଥିତିରେ ପୁଣି ଜାଲିଆତି କରି ବିସ୍ଥାପିତଙ୍କର ଏକ କୋଟିରୁ ଅଧିକ ଟଙ୍କା ହଡ଼ପ ପାଇଁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି। ପେଣ୍ଡରାବନ୍ଧ ବିସ୍ଥାପିତମାନେ ଏହାଉପରେ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ପାଇଁ ଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜାଲିଆତି କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଧାରଣା ଦେବେ ବୋଲି ବିସ୍ଥାପିତମାନେ ଚେତାବନୀ ଦେଇଛନ୍ତି।

publive-image

ସୂଚନା ଥାଉକି ଏହି ପ୍ରକଳ୍ପରେ ପେଣ୍ଡରାବନ୍ଧ ଗ୍ରାମବାସୀ ସଂପୂର୍ଣ୍ଣ ଭାବେ ବିସ୍ଥାପିତ ହୋଇଥିଲେ। କିନ୍ତୁ ସେମାନଙ୍କୁ ଥଇଥାନ୍‌ ରାଶି ଦିଆନଯାଇ ବିଭାଗୀୟ ଅଧିକାରୀ ଓ ଦଲାଲମାନଙ୍କ ଦ୍ବାରା ହରିଲୁଟ୍‌ କରିବାକୁ ଯୋଜନା ହେଉଛି। ପ୍ରାୟ ୫୫ରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଜାଲିଆତି କାଜଗପତ୍ର ପ୍ରସ୍ତୁତ କରି ଏକ କୋଟିରୁ ଅଧିକ ଟଙ୍କା ହଡ଼ପ ପାଇଁ ଯୋଜନା ହୋଇଛି। ଏହି ଘଟଣା ଯୋଗ୍ୟ ହତାଧିକାରୀମାନେ ଜାଣିବା ପରେ ପ୍ରକଳ୍ପ ନିର୍ଦେଶକଙ୍କୁ ଅନେକ ତଥ୍ୟା ମାଗିଥିଲେ ମଧ୍ୟ ମିଳିପାରିନାହିଁ। ପେଣ୍ଡରାବନ୍ଧ ଗ୍ରାମର ତୁନୁଧର ରଣା, ପ୍ରବୀଣ ରଣା, ମଧୁସୂଦନ ରଣାଙ୍କ ଆଧାରକର୍ଡ ଓ ଭୋଟର ପରିଚୟ ପତ୍ର ଜାଲିଆତି କରାଯାଇଥିବା ଅଭିଯୋଗ ହୋଇଛି।

ସେହିପରି ଡାଳିମ୍ବ ରଣା, ଗୁଣଧର ରଣା, ମଣିଜର ରଣା, ପିନ ରଣା, ଶିଶୁ ରଣା ଏପରି ୫୫ ଜଣ ଅଯୋଗ୍ୟ ହିତାଧିକାରୀଙ୍କ ବିଭିନ୍ନ ପ୍ରମାଣ ପତ୍ର ଜାଲିଆତି କରି ଟଙ୍କା ହଡ଼ପ ପାଇଁ ଦଲାଲ୍‌ମାନେ ପେମେଣ୍ଟ ଭାଉଚର୍‌ ପ୍ରସ୍ତୁତ କରିସାରିଛନ୍ତି। ତେଣୁ ଅଯୋଗ୍ୟ ହିତାଧିକାରୀଙ୍କ ୯(ବି) ର ସରଜମିନ୍‌ ତଦନ୍ତ ଏବଂ ଜାଲିଆତି କାଗଜପତ୍ରର ନିର‌ପେକ୍ଷ ଭାବେ ତଦନ୍ତ କରିବାକୁ ଯୋଗ୍ୟ ହତାଧିକାରୀମାନେ ଜିଲ୍ଲାପାଳ ସ୍ବଧାଦେବ ସିଂଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ପ୍ରକାଶ ଯେ ୨୦୧୩ ମସିହାରେ ମଧ୍ୟ ପେଣ୍ଡରାବନ୍ଧ ଅଞ୍ଚଳର ବିସ୍ଥାପିତଙ୍କ ନାଁରେ ଜାଲ୍‌ କାଗଜପତ୍ର କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe