୬ରୁ ବ୍ରଜରାଜନଗରରେ ରହିବ ଏଲ୍‌ଟିଟି- ଶାଲିମାର୍‌ ଏକ୍ସପ୍ରେସ୍‌

Advertisment
୬ରୁ ବ୍ରଜରାଜନଗରରେ ରହିବ ଏଲ୍‌ଟିଟି- ଶାଲିମାର୍‌ ଏକ୍ସପ୍ରେସ୍‌

India Rail Info

ବ୍ରଜରାଜନଗର: ଏଲ୍‌ଟିଟି - ଶାଲିମାର ଏକ୍ସପ୍ରେସ ଟ୍ରେନ କୋଭିଡ ପରଠାରୁ ବ୍ରଜରାଜନଗର ରେଳ ଷ୍ଟେସନ୍‌ରେ ଷ୍ଟପେଜ କରୁନଥିଲା। ଏନେଇ ବିଭିନ୍ନ ସମୟରେ ଷ୍ଟପେଜ ପାଇଁ ବ୍ରଜରାଜନଗରବାସୀ ଦାବି କରି ଆସୁଥିଲେ। ସାଂସଦ ସୁରେଶ ପୂଜାରୀ ଏହି ଦାବି ନେଇ ବିଳାସପୁର ଡିଭିଜନ ପରିଚାଳକ, ରେଲୱେ ମ୍ୟାନେଜରଙ୍କୁ ଅବଗତ କରିବା ସହିତ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଅନୁରୋଧ କରିଥିଲେ। ଫଳରେ ଆସନ୍ତା ୬ ତାରିଖରୁ ଏହି ଟ୍ରେନ ବ୍ରଜରାଜନଗରରେ ଷ୍ଟପେଜ କରିବ ବୋଲି ରେଲୱେ ବୋର୍ଡର ସଂଯୁକ୍ତ ନିର୍ଦେଶକ (କୋଚିଙ୍ଗ) ବିବେକ  କୁମାର ସିହ୍ନା ଜଣାଇଛନ୍ତି।

ଏହି ଷ୍ଟପେଜ ପରୀକ୍ଷା ମୂଳକ ଭାବେ ଦିଆଯାଇଛି। ଏହି ଷ୍ଟେସନରୁ ଟିକେଟ ବିକ୍ରି ଉପରେ ବୋର୍ଡ ନଜର ରଖିବା ସହିତ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଉଲ୍ଲେଖ ରହିଛି। ଆଜି ଷ୍ଟପେଜ ସଂକ୍ରାନ୍ତରେ ଜଣାପଡ଼ିବା ପରେ ବ୍ୟବସାୟୀ ସଂଘ ଓ ବ୍ରଜରାଜନଗରବାସୀ ସାଂସଦ ଶ୍ରୀ ପୂଜାରୀ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe