କରୋନା ଲକଡାଉନ ପାଇଁ ଚାଲୁନି ଘରୋଇ ବସ: ହାତବାନ୍ଧି ବସିଛନ୍ତି କନ୍ଧମାଳର ୧୨୦୦ ଡ୍ରାଇଭର ଓ କଣ୍ଡକ୍ଟର

Advertisment

ସରକାରୀ ସହାୟତା ପ୍ରଦାନ ପାଇଁ ମନ୍ତ୍ରୀ ଓ ସଚିବଙ୍କୁ ସଂଘର ଦାବି

ସରକାରୀ ସହାୟତା ପ୍ରଦାନ ପାଇଁ ମନ୍ତ୍ରୀ ଓ ସଚିବଙ୍କୁ ସଂଘର ଦାବି

କରୋନା ଲକଡାଉନ ପାଇଁ ଚାଲୁନି ଘରୋଇ ବସ: ହାତବାନ୍ଧି ବସିଛନ୍ତି କନ୍ଧମାଳର ୧୨୦୦ ଡ୍ରାଇଭର ଓ କଣ୍ଡକ୍ଟର

ଫୁଲବାଣୀ: କରୋନା ଲକଡାଉନ ପାଇଁ ଚାଲୁନି ଘରୋଇ ବସ। ଏମିତି କହିବାକୁ ଗଲେ ମାସେ ପରେ ହେବ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଏଥି ଯୋଗୁଁ ବସ କର୍ମଚାରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କରୋନା ପାଇଁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି କନ୍ଧମାଳର ୧ହଜାର ୨୦୦ ବସ  ଡ୍ରାଇଭର ଓ କଣ୍ଡକ୍ଟର। ଜିଲ୍ଲାର ଫୁଲବାଣୀ, ବାଲିଗୁଡା, ଜି.ଉଦୟଗିରି, ଦାରିଙ୍ଗବାଡିରୁ ପ୍ରତିଦିନ ୧୨୦ଟି  ଘରୋଇ ବସ ଚଳାଚଳ କରିଥାଏ। ଏଥି ନିମନ୍ତେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଲିକମାନେ ଦିନକୁ  ପାରିଶ୍ରମିକ ଅର୍ଥ ଦେଇଥାନ୍ତି। ଏହି ଅର୍ଥରେ ବସର ଡ୍ରାଇଭର ଓ କଣ୍ଡକ୍ଟରମାନେ ନିଜର ଗୁଜୁରାଣ ମେଣ୍ଟାଇ ପରିବାର ଚଳାଇଥାନ୍ତି।

ସଂପ୍ରତି କରୋନା ଲକ୍ ଡାଉନ ଯୋଗୁ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଡ୍ରାଇଭର ଓ କଣ୍ଡକ୍ଟରମାନେ ଘରେ ହାତବାନ୍ଧି ବସିଛନ୍ତି। ଘରେ ବସି ଖାଇବା ଫଳରେ ଯାହା ଟଙ୍କା ଥିଲା ତାହା ସବୁ ଶେଷ ହୋଇ ଗଲାଣି। କିଛି ଧାର ଉଦ୍ଧାର କରି ତ ଆଉ କିଏ ଭାଗ୍ୟକୁ ଆଦରି ଭୋକ ଉପାସରେ ଘରେ ବସିଛନ୍ତି। କରୋନା ଲଡ ଡାଉନ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଛି। ସଂପ୍ରତି କରୋନାର ପ୍ରଭାବ ଯାହା ଲକ୍ ଡାଉନ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ ନିକଟରେ ଭବିଷ୍ୟତରେ ବସ ଚଳାଚଳ କରିବା ଆଶା କମ୍। ଏଥି ଯୋଗୁଁ ଘରୋଇ ବସ କର୍ମଚାରୀ ବଡ ଚିନ୍ତାରେ ଥିବା ବେଳେ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଘରୋଇ ମଟର କର୍ମଚାରୀ ସଂଘ ଫୁଲବାଣୀ ପକ୍ଷରୁ ଦାବି ହୋଇଛି।

ସଂଘର ସଭାପତି  ପ୍ରଶାନ୍ତ କୁମାର ବେହେରା,ସମ୍ପାଦକ ମନୋଜ କୁମାର ପଣ୍ଡା,ପ୍ରଦୀପ କୁମାର ବେହେରା,ସଂଜୟ କୁମାର ବିଶୋଇ ଏବଂ ବିପ୍ରଚରଣ ବେହେରାଙ୍କ ନେତୃତ୍ବରେ ବହୁ ଡ୍ରାଇଭର ଓ କଣ୍ଡକ୍ଟର ଏ ନେଇ ଜିଲ୍ଲାପାଳ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଜରିଆରେ ପରିବହନ ମନ୍ତ୍ରୀ ଓ ସଚିବଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ନିର୍ମାଣ ଶ୍ରମିକ ଓ ଉଠାଦୋକାନୀଙ୍କ ଭଳି ସେମାନଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରାଯାଇଛି। କରୋନା ଲକ୍ ଡାଉନ ଯୋଗୁଁ ବସ ଚଳାଚଳ ବନ୍ଦ ଥିବାରୁ ବସ କର୍ମଚାରୀ ବହୁ ଦୁଃଖରେ ଦିନ କାଟୁଛନ୍ତି। ସେମାନଙ୍କୁ ସାହାଯ୍ୟ ଦେବାକୁ ରାଜ୍ୟ ସରକାରକୁ ଅନୁରୋଧ କରିଛନ୍ତି ଫୁଲବାଣୀ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe