ଚଳିତ ମାସ ଶେଷ ସୁଦ୍ଧା ମୟୂରଭଞ୍ଜରେ ହେବ କରୋନା ପରୀକ୍ଷା, ନରେଗା କାମରେ ନିଯୁକ୍ତ ହେଲେଣି ପ୍ରବାସୀ ଶ୍ରମିକ

Advertisment

ଏଯାଏ ଜିଲ୍ଲାରେ ବାହାରିନି କରୋନା ପଜିଟିଭ୍‌, ପଶ୍ଚିମବଙ୍ଗ ପଟୁ ବଢ଼ୁଛି ସଙ୍କଟ

ଏଯାଏ ଜିଲ୍ଲାରେ ବାହାରିନି କରୋନା ପଜିଟିଭ୍‌, ପଶ୍ଚିମବଙ୍ଗ ପଟୁ ବଢ଼ୁଛି ସଙ୍କଟ

ଚଳିତ ମାସ ଶେଷ ସୁଦ୍ଧା ମୟୂରଭଞ୍ଜରେ ହେବ କରୋନା ପରୀକ୍ଷା, ନରେଗା କାମରେ ନିଯୁକ୍ତ ହେଲେଣି ପ୍ରବାସୀ ଶ୍ରମିକ

ବାରିପଦା: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା‌ ଏଯାବତ କରୋନାକୁ ସଫଳତାର ସହିତ ମୁକାବିଲା କରିଛି। ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଜଣେ ମଧ୍ୟ କରୋନା ପଜିଟିଭ୍‌ ଆକ୍ରାନ୍ତ ନାହାନ୍ତି। ଜିଲ୍ଲାରୁ ଯାଇଥିବା ୬୬୯ ନମୁନାରୁ ୩୩୮ଟି ନେଗେଟିଭ୍‌ ଆସିଛି । ବାକି ୩୩୧ ନମୁନାର ରିପୋର୍ଟ ଆସିବା ବାକି ଅଛି। ଜିଲ୍ଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ମାର୍ଗଦର୍ଶିକାକୁ ସଫଳତାର ସହିତ ଲାଗୁ କରାଯାଇଛି। ଏହାବାଦ୍‌ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବାରିପଦାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ୍‌ ଏଣ୍ଡ୍‌ ହସ୍‌ପିଟାଲରେ କରୋନା ପରୀକ୍ଷା ପାଇଁ ସମସ୍ତ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଛି।

ଚଳିତ ମାସ ଶେଷ ସୁଦ୍ଧା ଏଠାରେ କରୋନା ପରୀକ୍ଷା ସମ୍ଭବ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ। ଏପରି ହେଲେ ଉତ୍ତର ଓଡ଼ିଶାରେ ପ୍ରଥମ କରୋନା ପରୀକ୍ଷଣ କେନ୍ଦ୍ର ଭାବେ ବାରିପଦା ସ୍ଥାନିତ ହେବ। ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ୍‌ ହସ୍‌ପିଟାଲ ପ୍ରସ୍ତୁତ କରାଯାଇଛି।

ସେହିପରି ଜିଲ୍ଲାରେ ଲକ୍‌ଡାଉନ ସମୟରେ ଘରେ ରହୁଥିବା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିୟୋଜିତ କରି ରଖିବା ନିମନ୍ତେ କରୋନା ୱାରିଅର୍‌ସ ନାମରେ ଏକ ଅନ୍‌ଲାଇନ ପ୍ରତିଯୋଗିତା ଆରମ୍ଭ କରାଯାଇଛି। ଯାହାକି ଧୀରେ ଧୀରେ ଲୋକପ୍ରିୟ ହେଉଛି। ସେହିପରି ଜିଲ୍ଲାରେ ଲକ୍‌ଡାଉନ ସମୟରେ ଅଟକି ରହିଥିବା ୬ହଜାର ୭୮୦ଜଣ ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ହୋମ୍ କ୍ୱାରାଣ୍ଟିନ୍ ଆଶ୍ରୟ ସ୍ଥଳରେ ରଖାଯାଇ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି।

publive-image

ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଜିଲ୍ଲାର ସମସ୍ତ ୪୦୪ ଗ୍ରାମ ପଂଚାୟତରେ ଥିବା ବିଦ୍ୟାଳୟକୁ  ଅସ୍ଥାୟୀ ସ୍ୱାସ୍ଥ୍ୟଶିବିର ଭାବେ ବ୍ୟବହାର ପାଇଁ  ୫୦୮୫ଟି ବେଡ୍ ଏବଂ ୪ଟି ସହାରଞ୍ଚଳରେ ଥିବା ୭୦ଟି ୱାର୍ଡରେ ୨୦୧ଟି ଶଯ୍ୟା ଓ ଆନୁସାଙ୍ଗିକ ସୁବିଧା ଉପଯୋଗ ବ୍ୟବସ୍ଥା ପ୍ରସ୍ତୁତି ରଖାଯାଇଛି । ସେମାନଙ୍କୁ ଏବେ ବିଭିନ୍ନ କର୍ମନିଯୁକ୍ତି ଭିତ୍ତିକ କାର୍ଯ୍ୟରେ ମଧ୍ୟ ନିଯୁକ୍ତ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଖାଦ୍ୟ ସୁରକ୍ଷା ସହାୟତା ଯୋଜନାରେ ଖାଦ୍ୟ ସାମଗ୍ରୀ ଯୋଗାଇବାଠାରୁ ଆରମ୍ଭ କରି ଆଗୁଆ ଭତ୍ତା ବଣ୍ଟନ, ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ, କଳାକାରଙ୍କୁ ଆଗୁଆ ଭତ୍ତା ଆଦି ସରକାରଙ୍କ ନିୟମ ମୁତାବକ କରାଯାଇଛି। ଉଠା ଦୋକାନୀଙ୍କୁ ସହାୟତା, ଅସହାୟକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ ଆଦି ମଧ୍ୟ ଜିଲ୍ଲାପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଛି। ତେବେ ବର୍ତ୍ତମାନ ସମୟରେ ପଶ୍ଚିମବଙ୍ଗ ପଟୁ ଜିଲ୍ଲାପାଇଁ ବିପଦର ସଙ୍କେତ ଦେଖାଦେଇଛି। ବେଆଇନ ଅନୁପ୍ରବେଶ କାରଣରୁ ଗ୍ରୀନ୍‌ ଜୋନରେ ଥିବା ମୟୂରଭଞ୍ଜ ପାଇଁ କରୋନା ସଙ୍କଟ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe