ରାଉରକେଲାରେ ସାମାଜିକ ଦୂରତାକୁ ଫୁଃ: ସବୁଠି ଠେଲାପେଲା, ପରିବା ଓ ଆମିଷ ବଜାରରେ ଅସମ୍ଭବ ଭିଡ

Advertisment

ଗୋପବନ୍ଧୁ କଲ୍ୟାଣ ମଣ୍ଡପରେ ସମାନ ସ୍ଥିତି, କଣ୍ଟ୍ରୋଲ ଦୋକାନରେ ପରସ୍ପର ଟଣାଟଣି

ଗୋପବନ୍ଧୁ କଲ୍ୟାଣ ମଣ୍ଡପରେ ସମାନ ସ୍ଥିତି, କଣ୍ଟ୍ରୋଲ ଦୋକାନରେ ପରସ୍ପର ଟଣାଟଣି

ରାଉରକେଲାରେ ସାମାଜିକ ଦୂରତାକୁ ଫୁଃ: ସବୁଠି ଠେଲାପେଲା, ପରିବା ଓ ଆମିଷ ବଜାରରେ ଅସମ୍ଭବ ଭିଡ

ରାଉରକେଲା: କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ହିଁ ଏକ ମାତ୍ର ମାଧ୍ୟମ। ଏହି ନିୟମକୁ କଡାକଡି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଅତି ଜରୁରୀ କାମ ନଥିଲେ ଘରୁ ପଦାକୁ ନ ବାହାରିକୁ ଅନୁରୋଧ କରିଛନ୍ତି। କିନ୍ତୁ ଲକ୍‌ଡାଉନ୍‌ର ୧୫ ଦିନ ମଧ୍ୟରେ ସ୍ମାର୍ଟ ସିଟି ରାଉରକେଲା ସ୍ଥିତି ଯେମିତିକୁ ସେମିତି। ସହର ପ୍ରମୁଖ ବଜାର ଠାରୁ ଆରମ୍ଭ କରି ଛୋଟ ବଡ ଦୋକାନରେ ନାହିଁ ନଥିବା ଭିଡ। ପ୍ରତ୍ୟେକ ଦିନ ଲୋକେ ଜିନିଷ କିଣିବାକୁ ବଜାରକୁ ବାହାରୁଛନ୍ତି।

ଅଯଥାରେ ଦୋକାନଗୁଡ଼ିକରେ ଗହଳି ଜମାଉଛନ୍ତି। ସମାଜିକ ଦୂରତା ପାଇଁ ଗୋଲ୍‌ ଚିହ୍ନଟ କଟାଯିବା ସତ୍ବେ କେହି ମାନୁନାହାନ୍ତି। ପରିବା ଓ ଆମିଷ ବଜାରରେ ସ୍ଥିତି ଆହୁରି ସଙ୍ଗୀନ୍‌। ପନି ପରିବା , ମାଛ, ଚିକେନ୍‌, ମାଂସ ନେବାକୁ ପରସ୍ପର ମଧ୍ୟରେ ଠେଲାପେଲା ହେଉଛନ୍ତି। ଆଜି ସହରର ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟ, ସେକ୍ଟର-୧୯ ଇସ୍ପାତ ହାଟ, ଟ୍ରାଫିକ୍‌ଗେଟ, ପାନପ‌ୋଷ ଏସ୍‌ଏସି ମାର୍କେଟ, ଡେଲିମାର୍କେଟ ପରିବା ଗଦି, ମାଛ ମାର୍କେଟ, ସେକ୍ଟର-୧୮ ଡେଲିମାର୍କେଟ, ଫର୍ଟିଲାଇଜର ପରିବା ହାଟରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା କରିବାକୁ ସମୟ ନିର୍ଦ୍ଦାରଣ ସତ୍ବେ କେହି ମାନି ନଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ପର୍ଯ୍ୟନ୍ତ ଏସବୁ ଦୋକାନରେ ଭିଡ ଲାଗି ରହିଥିଲା।

publive-image

ସ୍ଥାନୀୟ ପୁଲିସ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ବୁଝାସୁଝା କରି ଛାଡି ଦେଉଥିବାରୁ ଦୈନନ୍ଦିନ ଏଭଳି ସମସ୍ୟା ଉପୁଜୁଛି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ଛେଣ୍ଡ ଗୋପବନ୍ଧୁ କଲ୍ୟାଣ ମଣ୍ଡପରେ ଗରିବଙ୍କ ପାଇଁ ଖାଦ୍ୟ ପୁଡିଆ ପ୍ୟାକିଂ ହେଉଛି। ଦାୟିତ୍ବରେ ଥିବା ଆର୍‌ଏମ୍‌ସି କର୍ମଚାରୀ ଓ କିଛି ସ୍ବେଚ୍ଛାସେବୀ ସଙ୍ଗଠନର କର୍ମଚାରୀ ଆଦୌ ସାମାଜିକ ଦୂରତାକୁ ପାଳନ କରୁ ନାହାନ୍ତି। ଖାଦ୍ୟ ପ୍ରସ୍ତୁତ ବେଳେ ହାତରେ ହ୍ୟାଣ୍ଡ ଗ୍ଲୋବସ୍‌ ବ୍ୟବହାର କରୁ ନାହାନ୍ତି। ସେପଟେ ସରକାର ଆସନ୍ତା ୩ ମାସ ପର୍ଯ୍ୟନ୍ତ ପିଡିଏସ୍‌ ଚାଉଳ, ଗହମ ଏକକାଳୀନ ଦେବାକୁ ଘୋଷଣା କରିବା ପରେ କଣ୍ଟ୍ରୋଲ ଦୋକାନଗୁଡ଼ିକରେ ଦୈନନ୍ଦିନ ଶତାଧିକ ହିତାଧିକାରୀ ଭିଡ ଜମାଉଛନ୍ତି।

କେହି ସାମାଜିକ ଦୂରତାକୁ ନିୟମକୁ ପାଳନ କରୁ ନାହାନ୍ତି। କଣ୍ଟ୍ରୋଲ ଦୋକାନୀ ମଧ୍ୟ ସେମାନଙ୍କୁ ବାରଣ ନ କରି ଚୁପ୍‌ ରହୁଛନ୍ତି। ଇସ୍ପାତ ସହରାଞ୍ଚଳ, ଫର୍ଟିଲାଇଜର, ରାଉରକେଲା ମହାନଗର ନିଗମର ପ୍ରତ୍ୟେକ ୱାର୍ଡରେ କଣ୍ଟ୍ରୋଲ ଦୋକାନରେ ଏମିତି ଚିତ୍ର ଦେଖିବାକୁ ମିଳୁଛି। ଯାହା ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ବଢ଼ାଇ ଦେଇଛି। ନିକଟରେ ଗୋପବନ୍ଧୁପାଲୀରେ ଭତ୍ତା ବଣ୍ଟନରେ ଠେଲା ହୋଇଥିଲା। ଭିଡ ନିୟନ୍ତ୍ରଣ କରିବାକୁ ପୁଲିସ ଓ ମହାନଗର ନିଗମ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡିଥିଲା। ଶେଷରେ ଭତ୍ତା ବଣ୍ଟନକୁ ବାତିଲ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe