ବାଲେଶ୍ୱର: ପିଆଜ ବୋଝେଇ ଟ୍ରକ୍‌ ଧକ୍କାରେ ମାନସିକ ବିକୃତ ବ୍ୟକ୍ତିଙ୍କ ମୃତ୍ୟୁ

Advertisment
ବାଲେଶ୍ୱର: ପିଆଜ ବୋଝେଇ ଟ୍ରକ୍‌ ଧକ୍କାରେ ମାନସିକ ବିକୃତ ବ୍ୟକ୍ତିଙ୍କ ମୃତ୍ୟୁ

ବାଲେଶ୍ୱର: ଆଜି ସକାଳେ ବାଲେଶ୍ୱର ଟାଉନ୍‌ ଥାନା ଅନ୍ତର୍ଗତ ଗୋଳାପୋଖରି ନିକଟରେଏକ ପିଆଜ ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, କୋଲକାତାରୁ ଡବ୍ଲ୍ୟୁବି୧୫ ବି ୦୫୭୧ ନମ୍ବର ବିଶିଷ୍ଟ ଏକ ୧୦ ଚକିଆ ଟ୍ରକ୍‌ ଅଧିକାଂଶ ସମୟରେ ପିଆଜ ନେଇ ଗୋଳାପୋଖରିକୁ ଆସିଥାଏ। ଆଜି ସକାଳେ ସେହି ଟ୍ରକ୍‌ଟି ପିଆଜ ନେଇ ଆସୁଥିବା ବେଳେ ସେଠାରେ ଦୀର୍ଘଦିନ ହେବ ବୁଲୁଥିବା ଜଣେ ମାନସିକ ବିକୃତ ବ୍ୟକ୍ତି ଟ୍ରକ୍‌ ଆଗକୁ ହଠାତ ଦୌଡ଼ି ଯାଇଥିଲେ। ଫଳରେ ଟ୍ରକ୍‌ ଧକ୍କାରେ ଘଟଣାସ୍ଥଳରେ ହିଁ ମାନସିକ ବିକୃତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ ଯେ ଟ୍ରକ୍‌ ଧକ୍କାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ପ୍ରକୃତ ପରିଚୟ ଜଣାପଡ଼ି ନାହିଁ। ଗତ କିଛିଦିନ ହେବ ସେ ଗୋଳାପୋଖରି ଅଞ୍ଚଳରେ ବୁଲାବୁଲି କରୁଥିଲେ। ତେବେ ଏହି ଦୁର୍ଘଟଣା ସମ୍ପର୍କିତ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe